ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସହରରେ ଥିବା ଜଗନ୍ନାଥ ମନ୍ଦିରରୁ ଶୁକ୍ରବାର ରାତିରେ ପିତ୍ତଳ ସାମଗ୍ରୀ ଚୋରି ହୋଇଛି । ସୂଚନା ଅନୁଯାୟୀ ମନ୍ଦିର ପୂଜଳ ଚିତ୍ତରଞ୍ଜନ ପାଣିଗ୍ରାହୀ ଶନିବାର ସକାଳେ ପୂଜାକରିବାକୁ ଆସି ମନ୍ଦିର ତାଲା ଭଙ୍ଗାଯାଇଥିବା ଦେଖିଥିଲେ। ଏ ସଂପର୍କରେ ସେ ଆଠମଲ୍ଲିକ ଉପଜିଲ୍ଲାପାଳ ନଳିତମୋହନ ବେହେରାଙ୍କୁ ଜଣାଇବା ପରେ ଥାନାରେ ଅଭିଯୋଗ ହୋଇଥିଲା । ମନ୍ଦିରରୁ ପିତ୍ତଳ ଦୀପ, ଘଣ୍ଟ, ଥାଳି, ଗରା, ରୋଷେଇ ଘର ତାଲା ଭାଙ୍ଗି ପିତ୍ତଳ ଥାଳି, ଚଟୁ ଚୋରି ହୋଇଥିବା ପୂଜକ ଶ୍ରୀ ପାଣିଗ୍ରାହୀଙ୍କଠାରୁ ସୂଚନା ମିଳିଛି। ଚୋରି ସମଗ୍ରର ମୂଲ୍ୟ ପ୍ରାୟ ୧୦ ହଜାର ଟଙ୍କା ହେବ । ଏ ସଂପର୍କରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।
ଜଗନ୍ନାଥ ମନ୍ଦିରରୁ ଚୋରି
- Post published:August 29, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
