ମା ହିଙ୍ଗୁଳାଙ୍କ ନୂଆଖାଇ ପର୍ବ ଆଜି

You are currently viewing ମା ହିଙ୍ଗୁଳାଙ୍କ ନୂଆଖାଇ ପର୍ବ ଆଜି

ଅନୁଗୁଳ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନୂଆଖାଇ ପର୍ବ ସୋମବାର ଅନୁଷ୍ଠିତ ହେବ। ଏଥିପାଇଁ ତାଳଚେର ରାଜାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଗୋପାଳପ୍ରସାଦ ମା’ ହିଙ୍ଗୁଳା ପୀଠରେ ଅନୁଷ୍ଠିତ ହୋଇଛି । ପଣ୍ଡିତ ସୁରେଶଚନ୍ଦ୍ର ଧର ପଞ୍ଜିକା ଦେଖି ମା’ଙ୍କ ନୂଆଖାଇ ତିଥି ନିର୍ଦ୍ଧାରଣ କରିଥିଲେ। ଅଳ୍ପସଂଖ୍ୟକ ସେବକ ପାରମ୍ପରିକ ରୀତିନୀତିରେ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରିବେ । ଦିନ ୧ଟା ବେଳେ ମା’ଙ୍କୁ ନବାନ୍ନ ପ୍ରସାଦ ଲାଗି କରାଯିବ ବୋଲି ସ୍ଥିର ହୋଇଥିଲା । ବୈଠକରେ ମା ହିଙ୍ଗୁଳାଙ୍କ ପୂଜକ କିଶୋରଚନ୍ଦ୍ର ଦେହୁରୀ, ଟ୍ରଷ୍ଟବୋର୍ଡ ସଦସ୍ୟ ମୁରଲୀଧର ସାହୁ, ସନ୍ତୋଷ ପ୍ରଧାନ, ଗଗନ ସାହୁ ପ୍ରମୁଖ ଯୋଗଦେଇଥିଲେ | କରୋନା କଟକଣା ଯୋଗୁଁ କୌଣସି ଶ୍ରଦ୍ଧାଳୁ ମନ୍ଦିରକୁ ଆସିବେ ନାହିଁ। ଶ୍ରଦ୍ଧାଳୁମାନେ ନିଜ ଘରେ ମା ହିଙ୍ଗୁଳାଙ୍କୁ ପୂଜାକରିବା ପାଇଁ ଟ୍ରଷ୍ଟବୋର୍ଡ ପକ୍ଷରୁ ନିବେଦନ କରାଯାଇଛି।

Share

Leave a Reply