ଆଜି ବିଶ୍ୱ ହୃଦୟ ଦିବସ: ରାଜ୍ୟ ଏବଂ ଜିଲ୍ଲାରେ ହୃଦ୍ ରୋଗୀଙ୍କ ସଂଖ୍ୟା ବଢୁଛି

You are currently viewing ଆଜି ବିଶ୍ୱ ହୃଦୟ ଦିବସ: ରାଜ୍ୟ ଏବଂ ଜିଲ୍ଲାରେ ହୃଦ୍ ରୋଗୀଙ୍କ ସଂଖ୍ୟା ବଢୁଛି

ଅନୁଗୁଳ: ଆମ ରାଜ୍ୟ ଓଡ଼ିଶା ଏବଂ ଆମ ଜିଲ୍ଲାରେ ଗତ କିଛି ବର୍ଷ ଧରି ହୃଦ୍ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ହୃଦ୍ ସମସ୍ୟାରେ ଅନେକ ଯୁବକ ଯୁବତୀ ମଧ୍ୟ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି। ଅନେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୃଦ୍ ରୋଗ ଜାଣିବା ପାଇଁ ଆବଶ୍ୟକ ଯନ୍ତ୍ରପାତି ନାହିଁ କି ବିଶେଷଜ୍ଞ ଡାକ୍ତର ନାହାନ୍ତି। ଦକ୍ଷିଣ ଓଡ଼ିଶା ଲୋକଙ୍କୁ ନେଇ ଗବେଷଣା କରାଯାଇଥିବା ଏକ ରିପୋର୍ଟ ଅନୁସାରେ ବିଡି-ସିଗାରେଟ ଟାଣି ସହରାଞ୍ଚଳରେ ୩୦ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୩୫ ପ୍ରତିଶତ ହୃଦରୋଗର ଶିକାର ହେଉଛନ୍ତି। ଉଚ୍ଚ ରକ୍ତ ଚାପ କାରଣରୁ ସହରାଞ୍ଚଳରେ ୪୮ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୩୩ ପ୍ରତିଶତ ହୃଦ୍ ରୋଗର ସମସ୍ୟା ଭୋଗୁଛନ୍ତି।

ସେହିଭଳି କୋଲେଷ୍ଟରେଲ ବୃଦ୍ଧି ଯୋଗୁଁ ସହରରେ ୩୬ ପ୍ରତିଶତ ଗାଁରେ ୧୩ ପ୍ରତିଶତ, ମଧୁମେହ ଯୋଗୁଁ ସହରରେ ୨୧ ଓ ଗାଁରେ ୬ ପ୍ରତିଶତ, ମୋଟାପା ହେତୁ ସହରରେ ୧୪ ଓ ଗାଁରେ ୮ ପ୍ରତିଶତ, ବିଳାସମୟ ଜୀବନ ହେତୁସହର ରେ ୬୯ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୫୯ ପ୍ରତିଶତ, ଅବସାଦ ହେତୁ ସହରରେ ୧୧ ପ୍ରତିଶତ ଓ ଗାଁରେ ୧୩ ପ୍ରତିଶତ,ମଦ୍ୟପାନ ହେତୁ ସହରରେ ୨ ପ୍ରତିଶତ ଏବଂ ଗାଁରେ ୫ ପ୍ରତିଶତ ଲୋକଙ୍କୁ ହୃଦ୍ ସମସ୍ୟା ହେଉଛି।

ଅନୁଗୁଳ ଜିଲ୍ଲାରେ ମଧ୍ୟ ଗତ କିଛି ବର୍ଷ ଧରି ହୃଦରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି।ଅନିୟନ୍ତ୍ରିତ ଜୀବନ ଶୈଳୀ,ମାତ୍ରାଧିକ ଜଙ୍କ୍ ଖାଦ୍ୟ, ମାଦକ ଦ୍ରବ୍ୟ ଏବଂ ବ୍ୟାୟାମର ଅଭାବ ଏବଂ ଅବସାଦ ଯୋଗୁଁ ହୃଦ୍ ରୋଗୀଙ୍କ ସଂଖ୍ୟା ଆଶାତୀତ ଭାବେ ବଢୁଛି।ଅନୁଗୁଳ ମେଡ଼ିକାଲରେ କେବଳ ଇସିଜିକୁ ଛାଡି ଦେଲେ ଆଉ କିଛି ଯନ୍ତ୍ରପାତି ନାହିଁ। ହୃଦ୍ ରୋଗୀଙ୍କ ପାଇଁ ଆଇସିୟୁ ମଧ୍ୟ ନାହିଁ। ତେବେ ମେଡ଼ିକାଲ ର ନୂଆ କୋଠାରେ ଏସବୁର ସମସ୍ୟାର ସମାଧାନ କରାଯିବ ବୋଲି ସିଡ଼ିଏମ୍ଓ ଡ଼ା ଶିବାନନ୍ଦ ମହାନ୍ତି ପ୍ରକାଶ କରିଛନ୍ତି ସେହିଭଳି ଛାତି ରୋଗ ବିଶେଷଜ୍ଞ ଡ଼ା ମାନସ ରଞ୍ଜନ ବିଶ୍ଵାଳ ହୃଦୟକୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ, ବିଶ୍ରାମ, ବ୍ୟାୟାମ ଏବଂ ଅବସାଦ ମୁକ୍ତ ମାନସିକତା ଆବଶ୍ୟକ ବୋଲି ମତ ଦେଇଛନ୍ତି।

Share

Leave a Reply