ଅନୁଗୁଳ: ଅନୁଗୁଳ ସଦର ପୁଲିସ ସୋମବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଏକ ସ୍କ୍ରାପ୍ ବୋଝେଇ ଟ୍ରକକୁ ଜବତ କରିଛି। ଏଥିସହ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ନିଶା ଶିଳ୍ପାଞ୍ଚ ଥାନା ଅନ୍ତର୍ଗତ ଜେଏସପିଏଲରୁ ସ୍କ୍ରାପ୍ ନେଇ ଏକ ଟ୍ରକ୍(ୟୁପି-୬୭ଟି-୫୫୫୩)ରେ ବିହାର ଯାଉଥିବା ବେଳେ ୫୫ ନଂ ଜାତୀୟ ରାଜପଥର ପଞ୍ଚମହଲା ଛକଠାରେ ପାଟ୍ରୋଲିଂ କରୁଥିବା ପୁଲିସ ଏହାକୁ ଯାଞ୍ଚ କରିଥିଲା ଆବଶ୍ୟକୀୟ କାଗଜପତ୍ର ଦେଖାଇ ନପାରିବାରୁ ପୁଲିସ ସ୍କ୍ରାପ୍ ସହ ଟ୍ରକ୍କୁ ଜବତକରି ଚାଳକ ବିହାରର ବିରୋନ୍ଦ୍ର କୁମାର ଯାଦବ(୨୮) ଓ ପରତରା ଗାଁର ରାକେଶ କୁମାର ଦାସଙ୍କୁ ଗିରଫକରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।
ସ୍କ୍ରାପ୍ ବୋଝେଇ ଟ୍ରକ୍ ଜବତ, ୨ ଗିରଫ
- Post published:December 7, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul