ଅନୁଗୁଳ: ଜରପଡା ଥାନା ତୁବେ ଗ୍ରାମରେ ଘରେ ପଶି, ଗୁଳିମାଡ଼ ସହ ଶାଶୂ ବୋହୂଙ୍କ ଠାରୁ ଗହଣା ଲୁଟପାଟ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମଙ୍ଗଳବାର ସଂଧ୍ୟାରେ ଶାଶୂ- ବୋହୂ ଘରେ ବସି ଟିଭି ଦେଖୁଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଛନ୍ତି। ତୁବେ ହାଇସ୍କୁଲ ନିକଟରେ ଦିବାକର ପ୍ରଧାନଂକ ଘରେ ତାଙ୍କ ସ୍ତ୍ରୀ ସୁଲୋଚନା ଓ ବୋହୂ ପୂଜା ସଂଧ୍ୟାରେ ଟିଭି ଦେଖୁଥିବା ବେଳେ ତିନି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଉଭୟଙ୍କ ବେକ, ନାକ ଓ କାନରୁ ସୁନା ଗହଣା ଝିଙ୍କି ନେବା ସହ ଆଲମୀରା ଭିତରୁ ସବୁଟଙ୍କା ନେଇଯାଇଛନ୍ତି। ପ୍ରତିରୋଧ କରିବାରୁ ଦୁର୍ବୃତ୍ତ ଗୁଳି ମାଡ଼ରେ ସୁଲୋଚନା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରଯାଇଛି। ଦୁର୍ବୃତ୍ତମାନେ ଗୋଟାଏ ମଟର ସାଇକେଲରେ ଆସିଥିଲେ ବୋଲି କୁହାଯାଇଛି।
ତୁବେରେ ଆଲୋଡ଼ନ,ଗୁଳିମାଡ଼, ଲୁଟପାଟ୍
- Post published:November 16, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
