ଅନୁଗୁଳ: ବଅଁରପାଳ ବ୍ଲକ୍ ବଡ଼ଖଳି ଗାଁର ମାନସ ଭୂତିଆ ଓ ଟିହିଙ୍କୁଳିଆ ବେହେରାଙ୍କ କୁକୁଡ଼ା ଫାର୍ମ ବୁଧବାର ମଧ୍ୟାହ୍ନରେ ପୋଡ଼ିଯାଇଛି। ମାନସଙ୍କ ଫାର୍ମରେ ୩ ହଜାର କୁକୁଡ଼ା ଓ ଟିହିଙ୍କୁଳିଆଙ୍କ ଫାର୍ମରେ ୫ ହଜାର କୁକୁଡ଼ା ରହିବାର କ୍ଷମତା ରହିଛି। ଫାର୍ମ ଦୁଇଟି ଜଳିଯିବା ସହ ଲକ୍ଷାଧିକ ଟଙ୍କାର ଉପକରଣ ପୋଡ଼ି ନଷ୍ଟ ହୋଇଥିବା ଜଣାଯାଇଛି। ବଅଁରପାଳ ଦମକଳ ବାହିନୀ ନିଆଁ ଲିଭାଇଥିଲେ ।
ଜଳିଗଲା ଦୁଇ କୁକୁଡ଼ା ଫାର୍ମ
- Post published:April 15, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
