ସ୍ବେଚ୍ଛାକୃତ ରକ୍ତଦାନ ଶିବିର

You are currently viewing ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଓ ସରକାର ଗ୍ରୁପର ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ବଅଁରପାଳ ବ୍ଲକ ଅନ୍ତର୍ଗତ ବଲରାମପ୍ରସାଦ ବସଲା ସାହି ଠାରେ ଅନୁଷ୍ଠିତ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନୀତ ଅତିଥି ଭାବେ ୨୭ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଲତା ସାହୁ, ବିଜେଡି ନେତା ଶିବରାମ ସାହୁ, ଭରତ ଚନ୍ଦ୍ର ମାଝୀ, ନିର୍ମଳ ସାହୁ ଯୋଗଦାନ କରିଥିଲେ। ଯୁବ ବିଜେଡି ନେତା ଅରୁଣାଭ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜିତ ହୋଇଥିଲା। ସରକାର ଗ୍ରୁପ ର ସଭାପତି ସିଦ୍ଧାର୍ଥ ବେହେରା ଓ ବସଲା ସାହିର ଗ୍ରାମବାସୀଙ୍କ ସହଯୋଗରେ ମୋଟ ୧୦୯ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସରକାର ଗ୍ରୁପର ସମସ୍ତ ସଦସ୍ୟ ଏହି ଶିବିରରେ ସହଯୋଗ କରିଥିଲେ। ଅନୁଗୋଳ ରକ୍ତ ଭଣ୍ଡାରର କର୍ମକର୍ତ୍ତା ଏହି ଶିବିରରେ ଉପସ୍ଥିତ ରହି ବୈଷୟିକ ସହଯୋଗ କରିଥିଲେ।

Share

Leave a Reply