ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଏକ ମହିଳା ସଶକ୍ତିକରଣ ସଚେତନତା ଶିବିର ବୁଧବାର ଆୟୋଜିତ ହୋଇଯାଇଛି। ଜାତୀୟ ଆଇନସେବା ପ୍ରାଧିକରଣ, ରାଜ୍ୟ ଆଇନସେବା ପ୍ରାଧିକରଣ ସମନ୍ବୟ ଓ ଜାତୀୟ ମହିଳା ଆୟୋଗର ସହୋଯୋଗରେ ଏହି ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆଲମା ବରୁଆ, ଡିଏସପି ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ, ପୌର୍ନମାସି ରଥ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ସୁରକ୍ଷା ଅଧିକାରୀ ପୂର୍ଣ୍ଣମାସୀ ରଥ, ଆଇନଚୀବୀ ମମତା ରାଣୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ସମାଜ ଗଠନରେ ନାରୀର ଗୁରୁତ୍ଵ ଓ ମହନୀୟତା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ। ଏଥିସହ ମହିଳା ମାନଙ୍କ ସମ୍ପର୍କିତ ବିଭିନ୍ନ ପ୍ରକାରର ଆଇନ ଓ ସମ୍ବିଧାନରେ ପ୍ରଣିତ ଥିବା ଆମର ବିଭିନ୍ନ ମୌଳିକ କର୍ତ୍ତବ୍ୟ ଓ ଅଧିକାର ଇତ୍ୟାଦି ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସାମାଜିକ ଓ ଆର୍ଥିକ ସ୍ତରରେ ପଛୁଆ ଥିବା ବ୍ୟକ୍ତି କିପରି ସମ୍ପୂର୍ଣ ମାଗଣାରେ ଆଇନସେବା ପାଇପାରିବେ ଓ ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଦିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ପୁଲିସ ବିଭାଗର ମହିଳା କର୍ମଚାରୀ, ବିଭିନ୍ନ ବିଦ୍ୟାଳୟର ଶିକ୍ଷୟତ୍ରୀ, ଆଶା କର୍ମୀ, ଅଙ୍ଗନାବାଡି କର୍ମୀ ଓ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଏସ. ଶୁଭଲକ୍ଷ୍ମୀ ପରିଚାଳନା କରିଥିଲେ।
ମହିଳା ସଶକ୍ତିକରଣ ସଚେତନତା ଶିବିର
- Post published:November 10, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul