ବାହୁଡ଼ିଲେ କଳା ସାଆନ୍ତ ଭାଇ ଭଉଣୀଙ୍କୁ ଘେନି

You are currently viewing ବାହୁଡ଼ିଲେ କଳା ସାଆନ୍ତ ଭାଇ ଭଉଣୀଙ୍କୁ ଘେନି
oplus_262144

ଅନୁଗୋଳ: ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ସକାଳେ ପ୍ରାରମ୍ଭିକ ନୀତି କାନ୍ତି ସରିବା ପରେ ଦିଅଁ ମାନଙ୍କୁ ସେବକ ମାନେ ଗୋଟି ପହଣ୍ଡିରେ ନେଇ ରଥାରୂଢ଼ କରାଇଥିଲେ। ଚାରମାଳ ପୂର୍ବରୁ ପ୍ରସ୍ତୁତ ହୋଇସାରିଥିବା ବେଳେ ଛେରା ପହଁରା କାର୍ଯ୍ୟ ଆରମ୍ଭ ହୋଇଥିଲା। ଅନୁଗୋଳ ଏସପି ରାହୁଲ ଜୈନ ଏହି କାର୍ଯ୍ୟ ସମ୍ପାଦନା କରିଥିଲେ। ଅପରାହ୍ନ ପ୍ରାୟ ତିନିଟା ସମୟରେ ରଥ ଟଣା ଆରମ୍ଭ ହୋଇଥିଲା।

ହଜାର ହଜାର ଶ୍ରଦ୍ଧାଳୁ ରଥ ତିନୋଟିକୁ ଉତ୍ସାହର ସହ ଟାଣି ନେଇଥିଲେ।ପାଗ ଅନୁକୂଳ ଥିବାରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ସନ୍ଧ୍ୟା ସୁଦ୍ଧା ତିନି ରଥ ଶୈଳ ଶ୍ରୀକ୍ଷେତ୍ର ରଥ ଖଳା ନିକଟରେ ପହଞ୍ଚି ଯାଇଥିଲା।ଗୁଣ୍ଡିଚା ଭଳି ବାହୁଡ଼ା ଯାତ ରେ ମଧ୍ୟ ବହୁ ସାମାଜିକ ସଂସ୍ଥା ଖାଦ୍ୟ ପାନୀୟ ଭକ୍ତଙ୍କୁ ବାଣ୍ଟି ଥିଲେ ଅନୁଗୋଳ ହେମସୁରପଡ଼ା, ହୁଲୁରସିଂହା ଓ ଅମଲାପଡ଼ାରେ ମଧ୍ୟ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବାହୁଡ଼ା ଯାତ୍ରା ଅବସରରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ା କଡି ହୋଇଥିବା ବେଳେ ପୌର ପାଳିକା ପକ୍ଷରୁ ଆଲୋକ ଓ ପାନୀୟଜଳର ବ୍ୟବସ୍ଥା କରାଯାଇଥିଲା।

Share

Leave a Reply