ବାହୁଡ଼ାରେ ଓକିଲ ସଂଘର ସେବାକାର୍ଯ୍ୟ: କୋର୍ଟ ସମ୍ମୁଖରେ ପ୍ରସାଦ ବଣ୍ଟନ

You are currently viewing ବାହୁଡ଼ାରେ ଓକିଲ ସଂଘର ସେବାକାର୍ଯ୍ୟ: କୋର୍ଟ ସମ୍ମୁଖରେ ପ୍ରସାଦ ବଣ୍ଟନ

ଅନୁଗୋଳ: ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଅନୁଗୋଳ ଓକିଲ ସଂଘ ପକ୍ଷରୁ ବାହୁଡ଼ା ଯାତ୍ରା ଅବସରରେ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। କୋର୍ଟ ସମ୍ମୁଖସ୍ଥ ବଡଦାଣ୍ଡରେ ସଂଘ ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ଯାତ୍ରା ଦେଖିବାକୁ ଆସିଥିବା ପ୍ରାୟ ଦଶ ହଜାର ଭକ୍ତଙ୍କୁ ପୁରୀ, ତରକାରୀ, ସେଉ ଓ ବୁନ୍ଦିଆ ପ୍ରସାଦ ବଣ୍ଟନ କରାଯାଇଥିଲା। ସଂଘ ଉପସଭାପତି ପ୍ରଦୀପ ଚନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ ନିରୋଦ କୁମାର ମିଶ୍ର, ସହ-ସମ୍ପାଦକ ପ୍ରଭୁ ପ୍ରସାଦ ପ୍ରଧାନ, କୋଷାଧକ୍ଷ ପ୍ରଦୀପ କୁମାର ସେଠୀ, ସାଂସ୍କୃତିକ ସମ୍ପାଦିକା ଜ୍ୟୋସ୍ନାମୟୀ ସାହୁ ପ୍ରମୁଖ ଉପସ୍ଥିତ ରହି ସେବାକାର୍ଯ୍ୟ ପରିଚାଳନା କରିଥିଲେ।

ଏଥିସହ ବରିଷ୍ଠ ଆଇନଜୀବୀ ରମେଶ ସାହୁ, ଦ୍ୱାରିକା ପ୍ରସାଦ ନନ୍ଦ, ଗୋପାଳ ଚନ୍ଦ୍ର ନାଥ ସମେତ ବହୁ ଓକିଲ ଏହି ସେବାରେ ସହଯୋଗ କରିଥିଲେ। ଓକିଲ ସଂଘର ଏହି ସମାଜସେବା କାର୍ଯ୍ୟକୁ ଭକ୍ତ ଓ ସାଧାରଣ ଜନତା ଉଚ୍ଚ ପ୍ରଶଂସା କରିଥିଲେ। ପ୍ରସାଦ ସେବନ କରି ଅଗଣିତ ଭକ୍ତ ନିଜକୁ ଧନ୍ୟ ମନେ କରିଥିଲେ।

Share

Leave a Reply