ଅନୁଗୁଳ: ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହିରେ ଅଘଟଣ । ପୋଖରୀରେ ବୁଡ଼ି ଶରତ ଓଝା(୩୧) ନାମକ ଜଣେ ଯୁବକଙ୍କ ସୋମବାର ସକାଳେ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଶରତ ପୋଖରୀକୁ ଗାଧୋଇବାକୁ ଯାଇଥିଲା ବେଳେ ପାଣିରେ ବୁଡ଼ିଯାଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା। ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ପୁଲିସ ତଦନ୍ତ ଚଳାଇଛି।
ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ
- Post published:March 9, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
