ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡ଼ା ସ୍ଥିତ ପ୍ରଜ୍ଞା ଜାଗୃତି ଶିକ୍ଷାନିକେତନ ପରିସରରେ ନ୍ୟାସନାଲ କ୍ଲବ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ମୋଟ ୫୨ ଜଣ ସ୍ବେଚ୍ଛାସେବୀ ସ୍ବଇଚ୍ଛାରେ ରକ୍ତଦାନ କରିଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦିନେଶ ପ୍ରଧାନ, ଜଗନ୍ନାଥ ପ୍ରଧାନ, ଅରୁଣାଭ ସିଂ, ବିଜୟ କୁମାର ନାଥ, ରାକେଶ ମିଶ୍ର, ସୁଶାନ୍ତ କୁମାର ତ୍ରିପାଠୀ ଓ ତାପସ କୁମାର ଜେନା ଯୋଗଦେଇ ରକ୍ତଦାନ ଏକ ମହତ ପୁଣ୍ୟ କାମ ବୋଲି ମତବ୍ୟକ୍ତ କରିଥିଲେ। ନିୟମିତ ରକ୍ତଦାନ ଦ୍ବାରା ଶରୀରରେ ନୂତନ ରକ୍ତ କଣିକା ସୃଷ୍ଟି ହେବା ସହ ଶରୀର ସ୍ଫୁର୍ତ୍ତି ରହିଥାଏ ଏବଂ ଅନେକ ମୂଲ୍ୟବାନ ଜୀବନ ବଞ୍ଚିପାରିବ ବୋଲି ଅତିଥିମାନେ କହିଥିଲେ।
ଡକ୍ଟର କୌଶିକ ପାତ୍ର ରକ୍ତଦାତାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିବାବେଳେ ଜିତେନ ଦାସ ରକ୍ତ ସଂଗ୍ରହ କରିଥିଲେ। କ୍ଲବର ସଭାପତି ରାକେଶ ଦାସ, ସଂପାଦକ ଅମରେଶ ବେହେରାଙ୍କ ସମେତ ପାର୍ଥସାରଥୀ, ଶଶିକାନ୍ତ, ସୁବ୍ରତ, ଦେବେଶ, ଆଶିଷ, ସୁମନ୍ତ, ଆଲୋକ ଓ ଶ୍ରୀକାନ୍ତ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ।











