ଅନୁଗୋଳ: ସ୍ଥାନୀୟ କଦମ ପଡିଆରେ ଚାଲିଥିବା ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ ବରଗଡ଼ ୟୁନାଇଟେଡ ଆଦର୍ଶ କ୍ଳବ୍ ଝାରସୁଗୁଡ଼ାକୁ ୪-୧ ପରାସ୍ତ କରିଥିଲା।ବରଗଡ଼ର ଲେନ୍ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ଅନୁଗୋଳ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ରୂପେ ପୌର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ, ପୂର୍ବତନ ନଗରପାଳ ପୂର୍ଣ୍ଣଚନ୍ଦ୍ର ରାଉତ,କ୍ରୀଡା ସଂସଦ ସଦସ୍ୟ ରମେଶ ସାହୁ ଏବଂ ଜିନ୍ଦଲ ଇଭିପୀ ସିଆରଏମ ପ୍ରୋଜେକ୍ଟ କମଲ ହସନ ଖାନ୍ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଖେଳ ପରିଚାଳନା କରିଥିଲେ ଦିଲୀପ ରାଉତ। ଲାଇନରେ ସହାୟତା କରିଥିଲେ ଆଲୋକ ଦେହୁରୀ ଓ ବଳରାମ ସାୟ।ଜିନ୍ଦଲ କ୍ରୀଡା ଅଧିକାରୀ ତାପସ କୁମାର ମହାନ୍ତିଙ୍କ ତତ୍ତ୍ଵାବଧାନରେ ସମାରୋହ ପରିଚାଳିତ ହୋଇଥିଲା। ମଙ୍ଗଳବାର ବରଗଡ଼ ଓ ରାଉରକେଲା ମଧ୍ୟରେ ଅନୁଷ୍ଠିତ ହେବ।
ଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ଝାରସୁଗୁଡ଼ାକୁ ହରାଇ ବରଗଡ଼ ବିଜୟୀ
- Post published:August 10, 2026
- Post category:କ୍ରୀଡ଼ା
- Post comments:0 Comments
- Post author:Biswaranjan Pattnaik
Tags: Angul





