ଆନ୍ତଃ ଜିଲ୍ଲା ମହିଳା କ୍ରିକେଟରେ ଅନୁଗୁଳର ଲଜ୍ଜା ଜନକ ପ୍ରଦର୍ଶନ: ଦାୟୀ କିଏ ??

You are currently viewing ଆନ୍ତଃ ଜିଲ୍ଲା ମହିଳା କ୍ରିକେଟରେ ଅନୁଗୁଳର ଲଜ୍ଜା ଜନକ ପ୍ରଦର୍ଶନ: ଦାୟୀ କିଏ ??

ଅନୁଗୁଳ: ଓସିଏ ପକ୍ଷରୁ ଗତ ୧୬ ତାରିଖ ଠାରୁ ଆନ୍ତଃ ଜିଲ୍ଲା ମହିଳା
୨୦-୨୦ କ୍ରିକେଟ ପ୍ରତିଯୋଗିତା lର ପ୍ରିଲିମିନାରୀ ରାଉଣ୍ଡ ଆରମ୍ଭ ହୋଇଛି। ଓଡ଼ିଶାର ବଛା ବଛା ଷ୍ଟାଡିୟମ୍ ତଥା ଖେଳପଡିଆରେ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯାଉଛି। କଟକ, ଖୋର୍ଦ୍ଧା, ସୁନ୍ଦରଗଡ଼, ବରଗଡ଼, ସୋନପୁର, ବଲାଙ୍ଗୀର, ଝାରସୁଗୁଡ଼ା, ବାଲେଶ୍ଵର ଭଳି ଜିଲ୍ଲାର ମହିଳା ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଖୁବ୍ ସୁନ୍ଦର ଖେଳ ପ୍ରଦର୍ଶନ କରୁଛନ୍ତି।

କିନ୍ତୁ ଅନୁଗୁଳ ଜିଲ୍ଲାର ପ୍ରଦର୍ଶନକୁ ଯଦି ଦେଖାଯିବ ତାହେଲେ ଲଜ୍ଜାରେ ମୁଣ୍ଡ ନଇଁ ଯିବ। ବର୍ତ୍ତମାନ ସୁଦ୍ଧା ଯାହା ଖେଳ ହେଇଛି ଝାରସୁଗୁଡ଼ା ଅନୁଗୁଳକୁ ୯ ୱିକେଟରେ ହରାଇଛି, ପୁରୀ ଅନୁଗୁଳକୁ ୯ ୱିକେଟ, ମୟୂରଭଞ୍ଜ ଅନୁଗୋଳକୁ ୬୮ ରନ ଏବଂ ବାଲେଶ୍ଵର ଅନୁଗୁଳକୁ ୨୨୯ ରନ ବ୍ୟବଧାନରେ ହରାଇଛି। ଏହି ମ୍ୟାଚରେ ବାଲେଶ୍ଵର ୨୪୬ ରନ କରିଥିବା ବେଳେ ଅନୁଗୁଳ ମାତ୍ର ୧୭ ରନରେ ଚିତ୍ ହୋଇଯାଇଥିଲା।

କଥା ଉଠୁଛି ଆମ ଜିଲ୍ଲାରେ ମହିଳା କ୍ରିକେଟର ଏଭଳି ଦୟନୀୟ ସ୍ଥିତି କାହିଁକି?? କ୍ରିକେଟର ମୁଣ୍ଡିଆଳ ମାନେ ଲମ୍ବା ଲମ୍ବା ଭାଷଣ ଦେଉଥିବା ବେଳେ ଖେଳ କାଇଁ? ଅନୁଗୁଳରେ ଏକାଡେମୀ ହେଲା, ଫ୍ଲଡ ଲାଇଟ୍ ଲାଗିବ, ଟଙ୍କାର ଅଭାବ ନାହିଁ କିନ୍ତୁ ମିଟିଂରେ ଏଥିନେଇ କେବେ ଆଲୋଚନା ବି ନାହିଁ।

ଅନୁଗୁଳ ଜିଲ୍ଲାରେ ବହୁ ଘରୋଇ ସ୍କୁଲ,କଲେଜ ଅଛି। ପ୍ରତିଯୋଗିତା ମାଧ୍ୟମରେ ଏଠାରେ ଥିବା ପ୍ରତିଭା ମାନଙ୍କୁ ଆଗକୁ ଆଣିବାକୁ କେହି ଚିନ୍ତା କରୁ ନାହାନ୍ତି। ସ୍କୁଲ କଲେଜରେ କ୍ରୀଡାର ଉନ୍ନତି ନ ହେଲେ ପିଲା ବାହାରିବେ ନାହିଁ। ନାମ ପ୍ରକାଶ ନକରି ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି। କେବଳ ଲଜ୍ଜା ଲୁଚାଇବା ପାଇଁ ମାଗିଯାଚି କିଛି ପିଲା ଆଣି ଏହି ଟୁର୍ଣ୍ଣାମେଣ୍ଟକୁ ପଠା ଯାଇଛି। ସଂଘର ବରିଷ୍ଠ ସଦସ୍ୟ ଶିବ ରାଉତ, ରଞ୍ଜନ ଧିର ସାମନ୍ତ, ଅକ୍ଷୟ କୁମାର ସାମନ୍ତ ପ୍ରତିକ୍ରିୟାରେ କହିଛନ୍ତି ଯେ, ମହିଳା କ୍ରିକେଟ ପାଇଁ ଅନେକ କିଛି କରିବାର ଅଛି, ଦୋଷ ତ୍ରୁଟି ନ ଧରି ସେମାନଙ୍କ ପାଇଁ ଚିନ୍ତା କରାଯିବା ଆବଶ୍ୟକ।

ପ୍ରଶାନ୍ତ କୁମାର ସିହ୍ନା କହିଛନ୍ତି, ସ୍କୁଲ କ୍ରିକେଟରେ ପୂର୍ବରୁ ଦଳ ବାହାରକୁ ଯାଉଥିଲା, ଭଲ ଖେଳାଳି ବି ଥିଲେ।ଆନ୍ତରିକତା ଅଭାବରୁ ଆଜି ମହିଳା ଦଳ ଲୋପ ପାଇଯାଇଛି। ବାସ୍ତବିକ୍ କ୍ରିକେଟ ଆସୋସିଏସନ୍ ଚାହିଁଲେ ମହିଳା ଦଳ ଖେଳାଳି ପୁଣି ବବାହାରିବେ ।

Share

Leave a Reply