ଅନୁଗୋଳ: ସ୍ଥାନୀୟ ଦଶହରା ପଡ଼ିଆରେ ପରିବେଶ ସୁରକ୍ଷା ଓ ସଂରକ୍ଷଣ ମଞ୍ଚ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଆବାହକ ସୁନୀଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ “ମରଣଯନ୍ତାରେ ଅନୁଗୋଳ ଜିଲ୍ଲା ପରିବେଶ” ଶୀର୍ଷକ ସଚେତନତା କରାଯାଇଥିଲା।
ପାଉଁଶ ଓ କୋଇଲା ପରିବହନଜନିତ ବାୟୁ, ଶବ୍ଦ ପ୍ରଦୂଷଣ, ସଡ଼କ ଦୁର୍ଘଟଣା ଏବଂ ସ୍ୱାସ୍ଥ୍ୟ ହାନି ନେଇ ବକ୍ତାମାନେ ଗଭୀର ଚିନ୍ତା ପ୍ରକଟ କରିଥିଲେ। କୋଇଲା ପରିବହନ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ନକରି ପ୍ରଶାସନ ନିରୀହ ଆନ୍ଦୋଳନକାରୀଙ୍କ ଉପରେ ଦାଉ ସାଧୁଥିବା ଅଭିଯୋଗ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ମହେଶ ସାହୁ, କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଆଇନଜୀବୀ ଯୋଗଦେଇଥିଲେ। ଜନସାଧାରଣଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ନହେଲେ ଆଗାମୀ ଦିନରେ ଦଳମତ ନିର୍ବିଶେଷରେ ତୀବ୍ର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।











