ଅନୁଗୋଳ: ସ୍ଥାନୀୟ ଗାନ୍ଧୀମାର୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଅନୁଗୋଳ, ବନ୍ତଳା, ବାରଗୌଣିଆ, ତଳମୂଳ, ନାଲକୋ ନଗର, ବଅଁରପାଳ ଓ ମହୀଧରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିଶୁ ପ୍ରତିଭାମାନେ ଅଂଶଗ୍ରହଣ କରିଥିଲେ।
ଉଦଘାଟନ ଉତ୍ସବରେ ଅନୁଗୋଳ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଦେବାଶିଷ ମିଶ୍ର ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଡ. ପ୍ରଫୁଲ୍ଲ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ଶିଶୁମାନଙ୍କୁ ବିଜ୍ଞାନର ସଦୁପଯୋଗ ସହ ବିନାଶକାରୀ ବିଜ୍ଞାନଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ସଂକୁଳ ପ୍ରମୁଖ କାଶୀନାଥ ବେହେରା ଉଦ୍ଦେଶ୍ୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ସଭାପତି ଡ. ସୁଧାକର ପାଲ ଓ ସଂକୁଳ ସଂଯୋଜକ ଆଲୋକ ଭୋଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ସହ-ପ୍ରଧାନ ଆଚାର୍ଯ୍ୟ ସୁରେଶ କୁମାର ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମେଳାରେ ଶିଶୁ, ବାଳ ଓ କିଶୋର ବର୍ଗର ୨୮ଟି ଗାଣିତିକ ପ୍ରକଳ୍ପ ଏବଂ ୫୬ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସେହିପରି ପ୍ରଶ୍ନମଞ୍ଚ, ନୃତ୍ୟକଳା, ମୂର୍ତ୍ତିକଳା, ପତ୍ରବାଚନ ଓ ତତ୍କାଳୀନ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପ୍ରତ୍ୟେକ ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଶିଶୁମାନଙ୍କୁ ପୁରସ୍କୃତ କରାଯିବା ସହ ଆଗାମୀ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଅଂଶଗ୍ରହଣ ପାଇଁ ଚୟନ କରାଯାଇଥିଲା। ମେଳାର ପ୍ରମୁଖ ଗିରିଶ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଏବଂ ସମସ୍ତ ଗୁରୁଜୀ ଓ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
ପ୍ରତ୍ୟେକ ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଶିଶୁମାନଙ୍କୁ ପୁରସ୍କୃତ କରାଯିବା ସହ ଆଗାମୀ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଅଂଶଗ୍ରହଣ ପାଇଁ ଚୟନ କରାଯାଇଥିଲା। ମେଳାର ପ୍ରମୁଖ ଗିରିଶ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଏବଂ ସମସ୍ତ ଗୁରୁଜୀ ଓ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।











