ଜିଲ୍ଲାପାଳଙ୍କ ଅଫିସ ଆଗରେ ବିସ୍ଥାପିତଙ୍କ ଆତ୍ମାହୁତି ଉଦ୍ୟମ

You are currently viewing ଜିଲ୍ଲାପାଳଙ୍କ ଅଫିସ ଆଗରେ ବିସ୍ଥାପିତଙ୍କ ଆତ୍ମାହୁତି ଉଦ୍ୟମ

ଅନୁଗୁଳ : ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ଆଗରେ ତାଳଚେର ଅଂଚଳର ଜନୈକ ବିସ୍ଥାପିତ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ।ତାଳଚେର ସୋଲଡ଼ା ଅଂଚଳର ସୁରେଶ ବେହେରା ଏବଂ ତାଙ୍କ ପୁଅ ଅଜୟ ବେହେରା ଦେହରେ କିରାସିନି ଢାଳି ଆତ୍ମାହୁତି ଦେଲା ବେଳକୁ ପୂର୍ବରୁ ପ୍ରସ୍ତୁତ ଥିବା ପୁଲିସ ସେ ଦୁହିଁଙ୍କୁ କାବୁ କରି ନେଇଥିଲା।

ଏମସିଏଲ ପକ୍ଷରୁ ତାଙ୍କ ଜମି ଅଧିଗ୍ରହଣ କରା ଯାଇଥିଲେ ମଧ୍ୟ ଏଯାଇ ଚାକିରୀ ନମିଳିବାରୁ ବାଧ୍ୟ ହୋଇ ବାପା ପୁଅ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି।ଜିଲ୍ଲାପାଳ ତାଙ୍କ ସମସ୍ୟା କଥା ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Share

Leave a Reply