ଅନୁଗୁଳ: ଅନୁଗୁଳ ଲାଇଟ୍ ହାଉସ ଆନୁକୂଲ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ‘ଉତ୍କର୍ଷ ପରିବାର’ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଛି। ସମାଜକୁ ନିଶାମୁକ୍ତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ସଚେତନତା ସଭାରେ ଲାଇଟ୍ ହାଉସ କେନ୍ଦ୍ର ମୁଖ୍ୟ ରାଜେଶ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ।
ଏଥିରେ ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ପର୍ଶୁରାମ ଦାସ, NHMର ଏନ.ସି.ଡି ସହକାରୀ ମ୍ୟାନେଜର ଅଜିତ କୁମାର ତ୍ରିପାଠୀ, ଜିଲ୍ଲା ନିଶା ନିବାରଣ କେନ୍ଦ୍ରର ଲିଙ୍ଗରାଜ ବେହେରା ଓ ‘ଉତ୍କର୍ଷ ପରିବାର’ ସଭାପତି ଭୀଷ୍ମ ସାହୁ ଯୋଗ ଦେଇଥିଲେ। ଅତିଥିମାନେ ତମାଖୁ ସେବନ ଦ୍ୱାରା ସୃଷ୍ଟି ହେଉଥିବା ମାରାତ୍ମକ କର୍କଟ ରୋଗ ସମ୍ପର୍କରେ ଆଲୋକପାତ କରିବା ସହ ସରକାରୀ ନିଶାମୁକ୍ତି ବ୍ୟବସ୍ଥା ବିଷୟରେ ସୂଚନା ଦେଇଥିଲେ।
କାର୍ଯ୍ୟକ୍ରମରେ ୫୦ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ ପାଇଁ ସଂକଳ୍ପ ନେଇଥିଲେ। ସୁସ୍ମିତା ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ଯଶବନ୍ତ ପରିଡ଼ା, ଶଙ୍କର୍ଷଣ ସାହୁ, ହୋମଦ୍ୟୁତି ବେହେରା ଓ ରାଜୀବ ଲୋଚନ ଗଡ଼ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।











