ହତାଶିମିଳିରେ ରାତ୍ରିକାଳୀନ କ୍ରିକେଟ୍ ଉଦ୍‌ଯାପିତ: ବଡ଼ଡଙ୍ଗିଆଣୀକୁ ହରାଇ ବଇଣ୍ଡା ଚାମ୍ପିୟନ

You are currently viewing ହତାଶିମିଳିରେ ରାତ୍ରିକାଳୀନ କ୍ରିକେଟ୍ ଉଦ୍‌ଯାପିତ: ବଡ଼ଡଙ୍ଗିଆଣୀକୁ ହରାଇ ବଇଣ୍ଡା ଚାମ୍ପିୟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ହତାଶିମିଳି ହନୁମାନ ମନ୍ଦିର ପଡ଼ିଆଠାରେ ବୀର ବଜରଙ୍ଗୀ କ୍ଲବ ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ରାତ୍ରିକାଳୀନ କ୍ରିକେଟ ସିରିଜ୍ ଉଦ୍‌ଯାପିତ ହୋଇଛି। ଏହି ରୋମାଞ୍ଚକର ଫାଇନାଲ୍ ସିରିଜ୍‌ର ଚୂଡ଼ାନ୍ତ ମ୍ୟାଚ୍‌ରେ ବଡ଼ଡଙ୍ଗିଆଣୀକୁ ହରାଇ ବଇଣ୍ଡା ଦଳ ଚାମ୍ପିୟନ ହୋଇଛି।
ପ୍ରଥମ ଆଠ ଓଭର ବିଶିଷ୍ଟ ମ୍ୟାଚ୍‌ରେ ବଇଣ୍ଡା ୭୩ ରନ୍ କରି ବିଜୟୀ ହୋଇଥିବା ବେଳେ, ଦ୍ୱିତୀୟ ୬ ଓଭର ମ୍ୟାଚ୍‌କୁ ବଡ଼ଡଙ୍ଗିଆଣୀ ଜିତି ସିରିଜ୍ ବରାବର କରିଥିଲା। ଶେଷ ନିର୍ଣ୍ଣାୟକ ୪ ଓଭର ମ୍ୟାଚ୍‌ରେ ବଡ଼ଡଙ୍ଗିଆଣୀ ପ୍ରଥମେ ବ୍ୟାଟିଂ କରି ୫୧ ରନ୍ କରିଥିଲା। ଜବାବରେ ବଇଣ୍ଡା ଟିମ୍ ସଫଳତାର ସହ ୫୪ ରନ୍ ସଂଗ୍ରହ କରି ମ୍ୟାଚ୍ ସହ ସିରିଜ୍ ହାତେଇ ନେଇଥିଲା।

ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓମ୍ ଏଣ୍ଟରପ୍ରାଇଜ୍ ପ୍ରୋପାଇଟର ମାନସ ରଞ୍ଜନ ବିଶ୍ୱାଳ ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷକ ପ୍ରମୋଦ ନାୟକ, ନନ୍ଦ କିଶୋର ନାୟକ, ବିଭୁ ସେନାପତି, ଗ୍ରାମ ସଭାପତି ଭରତ ସାହୁ, ଅଜିତ ମିଶ୍ର ପ୍ରମୁଖ ଯୋଗଦେଇ ବିଜେତା ଓ ବିଜିତ ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ପ୍ରବୀଣ ସାହୁ ଓ ହିମାଂଶୁ ସ୍ୱାଇଁ ଅମ୍ପାୟାର ଏବଂ ବାସୁଦେବ ଦେହୁରୀ ଧାରାବିବରଣୀ ପ୍ରଦାନ କରିଥିବା ବେଳେ କ୍ଲବର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Share

Leave a Reply