ମୌଳିକ ସମସ୍ୟା ସମାଧାନ ଦାବି: ବଅଁରପାଳ ବ୍ଲକ ଆଗରେ ୩ ପଞ୍ଚାୟତବାସୀଙ୍କ ଧାରଣା

You are currently viewing ମୌଳିକ ସମସ୍ୟା ସମାଧାନ ଦାବି: ବଅଁରପାଳ ବ୍ଲକ ଆଗରେ ୩ ପଞ୍ଚାୟତବାସୀଙ୍କ ଧାରଣା

ଅନୁଗୁଳ: ପାନୀୟ ଜଳ, ରାସ୍ତା ଓ ଆଲୋକ ବ୍ୟବସ୍ଥା ଭଳି ମୌଳିକ ସମସ୍ୟାର ସମାଧାନ ଦାବିରେ ବଅଁରପାଳ ବ୍ଲକର କୁକୁଡାଙ୍ଗ, କାଣ୍ଡସର ଓ କୁଲାଡ଼ ପଞ୍ଚାୟତର ଶତାଧିକ ଗ୍ରାମବାସୀ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।

ଦୀର୍ଘ ଦିନ ଧରି ତିନି ପଞ୍ଚାୟତରେ ପିଇବା ପାଣି ଅଭାବ, ଖରାପ ରାସ୍ତା, ରାସ୍ତା ଆଲୋକ ବ୍ୟବସ୍ଥା ନଥିବା ଓ ଅନ୍ୟାନ୍ୟ ମୌଳିକ ସୁବିଧା ନମିଳିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ ସମାଧାନ ହେଉନଥିବାରୁ ବାଧ୍ୟ ହୋଇ ଗ୍ରାମବାସୀ ଆନ୍ଦୋଳନ କରିଥିଲେ।

ଧାରଣା ପରେ ଆନ୍ଦୋଳନକାରୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ବଅଁରପାଳ ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେମାନେ ଦାବି କରିଛନ୍ତି। ଯଦି ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

Share

Leave a Reply