ତାଳଚେର: ତାଳଚେର ଲିଙ୍ଗରାଜ କୋଇଲା ଖଣିରୁ ତେଲ ଚୋରି ବେଳେ ସୋମବାର ୬ ଜଣଙ୍କୁ କାବୁ କରିଛନ୍ତି ସୁରକ୍ଷାକର୍ମୀ। ସେମାନଙ୍କଠାରୁ ୫ଶହ ଲିଟର ଡିଜେଲ, ୩ଟି ବଲେରୋ ଗାଡି ଜବତ କରିଛି ପୁଲିସ୍। ଗିରଫ ଅଭିଯୁକ୍ତ ପରଜଙ୍ଗ ଥାନା କନ୍ଦରସିଙ୍ଗା ଗ୍ରାମର ଅଦିତି ବେହେରା, ବଡହାରର ଜିତୁ ଓରଫ ଜିତେନ୍ଦ୍ର ସାହୁ, ଲୋଧଣୀ ଗ୍ରାମର ସର୍ବଶ୍ୱର ବିଶ୍ୱାଳ, ରଂଜନ ସାହୁ ଓ ପିଙ୍କୁ ରାଉତ, ବଡକମର ଗ୍ରାମର ଶିଶିର ମାଝୀ ବୋଲି ପୁଲିସ୍ ସୂତ୍ରରୁ ଜଣାପଡିଛି।
ସୋମବାର ସକାଳ ୮ଟା ବେଳେ ତେଲ ଚୋରି ଖବର ପାଇ ପ୍ରକଳ୍ପ ଅଧିକାରୀ ଅଜୟ ଦେହୁରୀ ଓ ସିକ୍ୟୁରିଟି କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚିଥିଲେ । ତେଲ ସହ ଗାଡି ଜବତ କରିବା ସହ ଅଭିଯୁକ୍ତଙ୍କୁ କାବୁ କରି ପୁଲିସ୍ ଜିମା ଦେଇଥିଲେ। ତାଳଚେର ଥାନାରେ ଏ ସଂକ୍ରାନ୍ତରେ ଏକ ମକଦ୍ଦମା ରୁଜୁ ହେବା ସହିତ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି ।
ତିନି ବଲେରୋ ସହ ୫ ଶହ ଲିଟର ଡିଜେଲ ଜବତ
