ହିଡ଼ିସିଙ୍ଗ ଜଳପ୍ରକଳ୍ପ ପାଇଁ ୨୮ କୋଟି ମଞ୍ଜୁର, ଜୁନ୍ ୧୮ରେ ଜନଶୁଣାଣି

You are currently viewing ହିଡ଼ିସିଙ୍ଗ ଜଳପ୍ରକଳ୍ପ ପାଇଁ ୨୮ କୋଟି ମଞ୍ଜୁର, ଜୁନ୍ ୧୮ରେ ଜନଶୁଣାଣି

​ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳବାସୀଙ୍କ ୪୦ ବର୍ଷର ଦାବି ପୂରଣ ହେବାକୁ ଯାଉଛି। କୃଷି ପ୍ରଧାନ ବନ୍ତଳା ଅଞ୍ଚଳ ପାଇଁ ଅଭିପ୍ରେତ ‘ହିଡ଼ିସିଙ୍ଗ ଜଳପ୍ରକଳ୍ପ’ ନିମନ୍ତେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୨୮ କୋଟି ୭ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗରୁ ଅନୁମତି ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଅଧିବେଶନରେ ଏହି ଅର୍ଥ ରାଶି ଘୋଷଣା କରିଥିଲେ।

​ଆସନ୍ତା ଜୁନ୍ ୧୮ ତାରିଖ ପୂର୍ବାହ୍ନ ୧୧ଟାରେ କରଡ଼ାସିଙ୍ଗଠାରେ ପ୍ରକଳ୍ପ ସମ୍ବନ୍ଧୀୟ ଜନଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଏହି ସ୍ୱପ୍ନ ସାକାର ହେବାକୁ ଯାଉଥିବାରୁ ଅଞ୍ଚଳବାସୀ ଓ ହିଡିସିଂଙ୍ଗ କୃଷକ ମହାସଂଘ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ରୁଦ୍ର ନାରାୟଣ ପାଣି ଓ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।
​ବିଧାୟକ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦୃଢ଼ ଇଚ୍ଛାଶକ୍ତି ଓ ଜନ ସମର୍ଥନ ଯୋଗୁଁ ଆଜି ଏହି କାର୍ଯ୍ୟ ସମ୍ଭବ ହୋଇପାରିଛି। ଖୁବଶୀଘ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଅଞ୍ଚଳର ଚାଷୀମାନେ ବହୁଳ ଭାବେ ଉପକୃତ ହେବେ।

Share

Leave a Reply