ଭୁବନେଶ୍ୱର: ଓଡ଼ିଶାର ଏକମାତ୍ର ଏନଏସଓପି (NSOP) ବିମାନ ସଂସ୍ଥା ‘ଏୟାର କଳିଙ୍ଗ’ ପକ୍ଷରୁ ଏକ ଜୀବନରକ୍ଷାକାରୀ ଅଭିଯାନ ସଫଳତାର ସହ ସମ୍ପନ୍ନ ହୋଇଛି। ସଂସ୍ଥା ପକ୍ଷରୁ ଭୁବନେଶ୍ୱରରୁ ବେଙ୍ଗାଲୁରୁକୁ ୨୪ ଦିନର ଏକ ନବଜାତ ଶିଶୁଙ୍କୁ ଜୀବନରକ୍ଷାମୂଳକ ଏୟାରଲିଫ୍ଟ କରାଯାଇଛି। ଆଧୁନିକ ଆଇସିୟୁ (ICU) ସୁବିଧା ସମ୍ପନ୍ନ ‘ସୁପର କିଙ୍ଗ୍ ଏୟାର B200’ ବିମାନ ଜରିଆରେ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ତତ୍ତ୍ୱାବଧାନରେ ଏହି ଅଭିଯାନ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ଏୟାର କଳିଙ୍ଗ ବର୍ତ୍ତମାନ ଲେଗାସି ୬୦୦ ଏବଂ ବି୨୦୦ ବିମାନ ଜରିଆରେ ଭାରତ ସମେତ ବିଦେଶକୁ ଚାର୍ଟର ଓ ଏୟାର ଆମ୍ବୁଲାନ୍ସ ସେବା ଯୋଗାଉଛି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ସଠିକ ସମୟରେ ଚିକିତ୍ସା ଯୋଗାଇଦେବା ଆମର ଲକ୍ଷ୍ୟ ବୋଲି ସଂସ୍ଥାର ନିର୍ଦ୍ଦେଶକ କ୍ୟାପ୍ଟେନ୍ ସନ୍ଦୀପ ମିଶ୍ର କହିଛନ୍ତି। ଆଗାମୀ ଦିନରେ ଜିଲ୍ଲାସ୍ତରରେ ଏହି ସେବା ପହଞ୍ଚାଇବାକୁ ସଂସ୍ଥା ଯୋଜନା ରଖିଛି।











