ଆଠମଲ୍ଲିକ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

You are currently viewing ଆଠମଲ୍ଲିକ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ତ୍ରିଲୋଚନ ପ୍ରଧାନଙ୍କୁ ଗୁରୁବାର ମହାବିଦ୍ୟାଳୟ ପରିସରରେ ଏକ ଭାବପୂର୍ଣ୍ଣ ପରିବେଶରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଗଣିତ ବିଭାଗ ଅଧ୍ୟାପକ ତଥା ଭାରପ୍ରାପ୍ତ ଅଧ୍ୟକ୍ଷ ଗୋପବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ।

ଇତିହାସ ବିଭାଗରେ ପିଏଚଡି ହାସଲ କରିଥିବା ଡକ୍ଟର ପ୍ରଧାନ ୨୦୨୫ ଅଗଷ୍ଟ ୨ ତାରିଖରେ ଏଠାରେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର ସ୍ୱଳ୍ପ କାର୍ଯ୍ୟକାଳ ମଧ୍ୟରେ ଅମାୟିକ ବ୍ୟବହାର, ପ୍ରାଶାସନିକ ଦକ୍ଷତା ଓ ନିଷ୍ଠାପରତା ପାଇଁ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ। ନିଜ ଅଭିଭାଷଣରେ ଡକ୍ଟର ପ୍ରଧାନ ଭାବପ୍ରବଣ ହୋଇ କହିଥିଲେ ଯେ, ଆଠମଲ୍ଲିକର ପ୍ରାକୃତିକ ସବୁଜିମା ଓ ଛାତ୍ରଛାତ୍ରୀଙ୍କ ଅନାବିଳ ଭଲପାଇବା ତାଙ୍କ ସ୍ମୃତିରେ ସଦା ସର୍ବଦା ସାଇତା ହୋଇ ରହିବ।

ଏହି ସମ୍ବର୍ଦ୍ଧନା ସଭାରେ ଅଧ୍ୟାପକ ମାନଭଞ୍ଜନ ପାଣିଗ୍ରାହୀ, ଅମ୍ବରୀଶ ଷଡ଼ଙ୍ଗୀ, ଗଗନ କୁମାର ମିଶ୍ର, ମନ୍ମଥ ପାଲ, ହୃଷିକେଶ ମହାକୁଡ଼, କ୍ଷୀରୋଦ ପ୍ରଧାନ, ବ୍ରଜଗୋପାଳ ମିଶ୍ର, ଅଧ୍ୟାପିକା ଅମ୍ରିତା ଅଞ୍ଜଳି ଗୁରିଆ ଏବଂ ମୁଖ୍ୟ କିରାଣୀ ଭୁବନ ମୋହନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ଅଧ୍ୟାପକ ମାନଭଞ୍ଜନ ପାଣିଗ୍ରାହୀ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply