ଅନୁଗୁଳ: ଗତ ଏକ ସପ୍ତାହ ଧରି ଟିପର ମାଲିକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ତାଳଚେର ଅଞ୍ଚଳରୁ ଅନୁଗୁଳକୁ ବାଲି ଯୋଗାଣ ବ୍ୟାହତ ହୋଇଛି। ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବାଲି ଟ୍ରିପ୍ ୨୩୦୦ ଜାଗାରେ ଏବେ ୮୦୦୦ ଟଙ୍କାରେ ପହଞ୍ଚିଲାଣି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ତାଳଚେର ବ୍ରାହ୍ମଣୀ ନଈ ଇଲାକାର ନିର୍ଦ୍ଦିଷ୍ଟ ଅଞ୍ଚଳରୁ ବାଲି ଉଠାଣ ପାଇଁ ତହସିଲ ପକ୍ଷରୁ ନିଲାମ ଦିଆଯାଇଛି। ଏଥିପାଇଁ ଠିକାଦାରକୁ ବର୍ଷ ପିଛା ନିର୍ଦ୍ଦିଷ୍ଟ ଘନମିଟର ବାଲି ଉଠାଣ ପାଇଁ ଅନୁମତି ଦିଆଯିବା ସହ ଚାଲାଣ ଫର୍ମ ଦିଆଯାଇଥାଏ। ତେବେ ଏହି ସୀମାଠାରୁ ନିଲାମଧାରୀ ଅଧିକ ବାଲି ଚାଲାଣ କରୁଥିବାରୁ ତହସିଲ ପକ୍ଷରୁ ଏହି ବେଆଇନ ବାଲି ଟିପର ଉପରେ ଜୋରଦାର ଚଢଉ କରାଯାଉଛି। ଜରିମାନା ଆଦାୟ ସହ ଗାଡି ଚାଳକମାନଙ୍କୁ ଗିରଫ କରାଯାଉଛି। ଗତ ଏକ ସପ୍ତାହ ଧରି ଏଭଳି ଚଢ଼ାଉରେ ଆତଙ୍କ ଟିପର ମାଲିକମାନେ ଆଉ ଗାଡ଼ି ନ ଚଲାଇ ଆନ୍ଦୋଳନ ଚଳାଇଛନ୍ତି।
ବାଲି ଟ୍ରିପ୍ ୮୦୦୦ ଟଙ୍କା!
- Post published:November 20, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
You Might Also Like
ବାଲିପଟା ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ, ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅନୁଗୁଳରେ ନୂତନ ଲିଗାଲ ଏଡ୍ ଡିଫେନ୍ସ କାଉନସିଲ ଅଫିସ ଉଦଘାଟିତ, ଆଭାଷୀ ଜରିଆରେ ଉଦଘାଟନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି



