ବେସାମରିକ ପ୍ରତିରକ୍ଷା ଦିବସ ପାଳିତ

0

ତାଳଚେର: ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରବିବାର ବେସାମରିକ ପ୍ରତିରକ୍ଷା ଦିବସ ପାଳିତ ହୋଇଯାଇଛି l ଉପଜିଲ୍ଲାପାଳ ରଜନୀକାନ୍ତ ସ୍ଵାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ l ବିପର୍ଯ୍ୟୟ ଓ ପୂଜାପାର୍ବଣ ସମୟରେ ସ୍ଵେଚ୍ଛାସେବୀମାନେ ନିଷ୍ଠାର ସହ କାମ କରି ଆସୁଛନ୍ତି ଉପଜିଲ୍ଲାପାଳ ପ୍ରକାଶ କରିଥିଲେ l ସ୍ଵେଚ୍ଛାସେବୀ ବାଉରୀବନ୍ଧୁ ବେଜ୍ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସ୍ଵେଚ୍ଛାସେବୀ ଜ୍ଞାନେନ୍ଦ୍ର କୁମାର ଦାସ, ସଞ୍ଜୀବ ମିଶ୍ର, ଅଭିରାମ ଖୁଣ୍ଟିଆ, ନିରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.

error: Content is protected !!