ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସାଇନ୍ସ ଷ୍ଟଡି ସେଣ୍ଟରର ଉଲ୍ଲେଖନୀୟ ସଫଳତା

You are currently viewing ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସାଇନ୍ସ ଷ୍ଟଡି ସେଣ୍ଟରର ଉଲ୍ଲେଖନୀୟ ସଫଳତା

ଅନୁଗୁଳ: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ୨୦୨୬ ରେ ଅନୁଗୁଳ କଲେଜର ୩୦୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୪ ଜଣ ଛାତ୍ରଛାତ୍ରୀ ଏହି ଅନୁଷ୍ଠାନରେ ଅଧ୍ୟୟନ କରିଥିଲେ। ଏମାନଙ୍କ ମଧ୍ୟରୁ ୮୧ ଜଣ ପ୍ରଥମ ଶ୍ରେଣୀ ଓ ୩ ଜଣ ଦ୍ୱିତୀୟ ଶ୍ରେଣୀରେ ସଫଳତା ଅର୍ଜନ କରିବା ସହିତ ଅନୁଷ୍ଠାନର ଫଳାଫଳ ଶତ ପ୍ରତିଶତ ହୋଇଛି।ଅନୁଷ୍ଠାନର ଛାତ୍ର ଶ୍ରୀମାନ ରତିକାନ୍ତ ବେହେରା ୫୮୬ ନମ୍ୱର ରଖି ଅନୁଗୋଳ କଲେଜରେ ପ୍ରଥମ ସ୍ଥାନ ହାସଲ କରିବା ସହିତ ଅନୁଗୁଳ ଜିଲ୍ଲାରେ ମଧ୍ୟ ପ୍ରଥମ ହୋଇଛନ୍ତି।ଅନୁଗୁଳ କଲେଜରେ ୯୦ ପ୍ରତିଶତରୁ ଅଧିକ ନମ୍ୱର ରଖିଥିବା ୨୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆମ ଅନୁଷ୍ଠାନର ୧୫ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଅନୁଗୁଳ କଲେଜର ପ୍ରଥମ ୧୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନୁଷ୍ଠାନର ୮ ଜଣ ଛାତ୍ରଛାତ୍ରୀ ସଫଳତା ଅର୍ଜନ କରିଛନ୍ତି। ହିତେଶ କୁମାର ସିଂହ,୫୭୨ ୩ୟ,ଶୁଭମ୍ ସାହୁ ୫୬୮ ,୪ ର୍ଥ,ଦିବ୍ୟକାନ୍ତ ସାହୁ,୫୬୬, ୫ମ,ଆଶୀର୍ବାଦ କର, ୫୬୧, ୭ମ,ପ୍ରତୀକ କୁମାର ପ୍ରଧାନ,୫୫୭, ୮ମ, ଶ୍ରଦ୍ଧାଞ୍ଜଳି ବେହେରା,୫୫୫, ୯ମ, ଏବଂ ତ୍ରୈଲୋକ୍ୟ ମହାପାତ୍ର,୫୫୪, ୧୦ମ ସ୍ଥାନ ଅଧିକାର କରି ଅନୁଷ୍ଠାନର ଗୌରବ ବଢ଼ାଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଅନୁଷ୍ଠାନର ଛାତ୍ରୀ ସ୍ୱାତୀ ସାଗରିକା ଆଚାର୍ଯ୍ୟ ୨୦୨୩ ମସିହାରେ ୫୭୧ ନମ୍ବର ରଖି ରାଜ୍ୟରେ ପ୍ରଥମ ସ୍ଥାନ ଏବଂ ଗୌରୀଶଙ୍କର ନନ୍ଦ ୨୦୨୫ ମସିହାରେ ୫୮୨ ନମ୍ୱର ରଖି ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରି ଅନୁଷ୍ଠାନକୁ ରାଜ୍ୟ ସ୍ତରରେ ପ୍ରତିଷ୍ଠିତ କରିଥିଲେ। ଛାତ୍ରଛାତ୍ରୀଙ୍କ ଏହି ଅଭୂତପୂର୍ବ ସଫଳତା ପଛରେ ସାଇନ୍ସ ଷ୍ଟଡି ସେଣ୍ଟରର ଉନ୍ନତ ଶିକ୍ଷାଦାନ ପଦ୍ଧତି,ଅଭିଜ୍ଞ ଶିକ୍ଷକ ଙ୍କ ଦ୍ଵାରା ଶିକ୍ଷାଦାନ,ନିୟମିତ ପରୀକ୍ଷା,ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହଯୋଗ ସର୍ବୋପରି ଅନୁଷ୍ଠାନର ନିର୍ଦ୍ଦେଶକଙ୍କ ଉତ୍କର୍ଷତା ହାସଲ ନେଇ ପ୍ରତିବଦ୍ଧତା ସାଇନ୍ସ ଷ୍ଟଡି ସେଣ୍ଟରକୁ ଜିଲ୍ଲାରେ ୧ ନମ୍ୱର କୋଚିଂ ସେଣ୍ଟରର ମାନ୍ୟତା ଦେଇ ଆସିଛି। ଅନୁଷ୍ଠାନର ଏହି ଶ୍ରେଷ୍ଠ ସଫଳତା ପାଇଁ  ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସମସ୍ତ କର୍ମକର୍ତ୍ତା ମାନଙ୍କୁ ନିର୍ଦ୍ଦେଶକ ମଳୟ କୁମାର ଦାଶ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Share

Leave a Reply