ସୁଜିତ ଗୁରୁକୁଳର +୨ ବିଜ୍ଞାନ ଫଳ: ସମସ୍ତ ୯୮ ଜଣ ପ୍ରଥମ ଶ୍ରେଣୀରେ ପାସ୍, ରୋଜାଲିନ ଟପର

You are currently viewing ସୁଜିତ ଗୁରୁକୁଳର +୨ ବିଜ୍ଞାନ ଫଳ: ସମସ୍ତ ୯୮ ଜଣ ପ୍ରଥମ ଶ୍ରେଣୀରେ ପାସ୍, ରୋଜାଲିନ ଟପର

ଅନୁଗୁଳ: ହାକିମପଡା ସ୍ଥିତ ସୁଜିତ ଗୁରୁକୁଳ ଚଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗୁରୁକୁଳରୁ ପରୀକ୍ଷା ଦେଇଥିବା ସମସ୍ତ ୯୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ରୀ ରୋଜାଲିନ ବେହେରା ୫୬୪ ନମ୍ବର, ଅର୍ଥାତ୍ ୯୪% ରଖି କଲେଜ ଟପର ହୋଇ ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି। ଗୁରୁକୁଳର ଚେୟାରମ୍ୟାନ ସୁଜିତ ଦେହୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, ଅଧ୍ୟାପକ-ଅଧ୍ୟାପିକାଙ୍କ ଗୁଣାତ୍ମକ ଶିକ୍ଷାଦାନ ଏବଂ ଛାତ୍ରଛାତ୍ରୀଙ୍କ ନିଷ୍ଠାପର ପରିଶ୍ରମ ଏହି ଶତପ୍ରତିଶତ ସଫଳତାର ମୂଳମନ୍ତ୍ର ବୋଲି କଲେଜ ପକ୍ଷରୁ କୁହାଯାଇଛି। କୃତୀ ଛାତ୍ରଛାତ୍ରୀଙ୍କୁ ପରିଚାଳନା କମିଟି ଶୁଭେଚ୍ଛା ଜଣାଇଛି।

Share

Leave a Reply