ବିଜୁ ମୈଦାନରେ ବୈଶାଖୀ ମେଳା ଉଦଘାଟିତ, ଜୁନ ୨ ପର୍ଯ୍ୟନ୍ତ ଚାଲିବ

You are currently viewing ବିଜୁ ମୈଦାନରେ ବୈଶାଖୀ ମେଳା ଉଦଘାଟିତ, ଜୁନ ୨ ପର୍ଯ୍ୟନ୍ତ ଚାଲିବ

ଅନୁଗୁଳ: ସ୍ଥାନୀୟ ବିଜୁ ମୈଦାନଠାରେ ‘ଅନୁଗୁଳ ବୈଶାଖୀ ମେଳା’ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଓ ପ୍ରଦୀପ ପ୍ରଜ୍ବଳନ କରି ମେଳାର ଉଦଘାଟନ କରିଥିଲେ। ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡ. ଧରଣୀଧର ନାଥ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସ୍ୱେଚ୍ଛାସେବୀ ପ୍ରତାପ ମହାପାତ୍ର, ପର୍ଶୁରାମ ଦାଶ, ଜୁଲୁ କୁମାର ସାହୁ, ବିଶ୍ୱଜିତ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଜୁନ ୨ ତାରିଖ ପର୍ଯ୍ୟନ୍ତ ୧୨ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ହସ୍ତଶିଳ୍ପ, କୁଟୀର ଶିଳ୍ପ, ବୟନ ଶିଳ୍ପ, ଘରୋଇ ଉପକରଣ, ବୈଦ୍ୟୁତିକ ସାମଗ୍ରୀ ସହ ଓଡ଼ିଶା ଓ ରାଜ୍ୟ ବାହାରର ଶାଢ଼ୀ, ଖଦି ଏବଂ ହାତତିଆରି ବସ୍ତ୍ରର ପ୍ରଦର୍ଶନୀ ଓ ବିକ୍ରୟ କରାଯିବ। ଏଥିସହ ବିଭିନ୍ନ ଶିକ୍ଷଣୀୟ ପ୍ରତିଯୋଗିତା ଓ ପ୍ରତିଦିନ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ ବୋଲି ମେଳା ଆୟୋଜକ ପ୍ରକାଶ ସୂଚନା ଦେଇଛନ୍ତି। ମେଳା ବୁଲି ନିଜ ମନପସନ୍ଦର ସାମଗ୍ରୀ କିଣିବାକୁ ଆୟୋଜକମାନେ ସର୍ବସାଧାରଣଙ୍କୁ ଆହ୍ୱାନ କରିଛନ୍ତି।

Share

Leave a Reply