ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଆନନ୍ଦପୁରଠାରେ ଏମଏମସିସି କ୍ଲବ ପକ୍ଷରୁ ଆୟୋଜିତ ସିପୁ ଆଣ୍ଡ ସିପୁ ମେମୋରିଆଲ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ୬ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ସାନହୁଲାକୁ ହରାଇ ବିମଳବେଡ଼ା ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି।
ଉଦଯାପନୀ ଉତ୍ସବରେ ଶିକ୍ଷକ ଚିଦାନନ୍ଦ ଦେହୁରୀ, ସମାଜସେବୀ ସଞ୍ଜୟ ପ୍ରଧାନ, ରଘୁନାଥ ରଣା, ଶତ୍ରୁଘ୍ନ ସାହୁ, ପଞ୍ଚାନନ ସାହୁ ଓ ନରେଶ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟକୁ ଲିଟୁ, ରିଙ୍କୁ, ବାପି, ଦୁଷ୍ମନ୍ତ ଓ ବୁଦ୍ଧଦେବ ଅମ୍ପାୟାର ଭାବେ ପରିଚାଳନା କରିଥିଲେ।
ରୋମାଞ୍ଚକର ଫାଇନାଲର ପ୍ରଥମ ମ୍ୟାଚ୍ରେ ବିମଳବେଡ଼ା ୭୩ ରନ କରିଥିବା ବେଳେ ସାନହୁଲା ୬୬ ରନରେ ସୀମିତ ରହିଥିଲା। ଦ୍ୱିତୀୟ ମ୍ୟାଚ୍ ଟାଇ ହେବା ପରେ, ସୁପର ଓଭର (ଏକ ଓଭର) ମ୍ୟାଚ୍ରେ ସାନହୁଲା ଦେଇଥିବା ୬ ରନର ଲକ୍ଷ୍ୟକୁ ବିମଳବେଡ଼ା ସଫଳତାର ସହ ହାସଲ କରି ବିଜୟୀ ହୋଇଥିଲା। ଏମଏମସିସି କ୍ଲବର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ।











