କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି: ଅନୁଗୁଳରେ ଛାତ୍ର କଂଗ୍ରେସର ଅହୋରାତ୍ର ଧାରଣା ଓ କୁଶପୁତ୍ତଳିକା ଦାହ

You are currently viewing କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି: ଅନୁଗୁଳରେ ଛାତ୍ର କଂଗ୍ରେସର ଅହୋରାତ୍ର ଧାରଣା ଓ କୁଶପୁତ୍ତଳିକା ଦାହ

ଅନୁଗୁଳ: ନିଟ୍ (NEET) ପ୍ରଶ୍ନପତ୍ର ବାରମ୍ବାର ପ୍ରଘଟ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତା ଓ ନୈତିକ ଦାୟିତ୍ୱ ପ୍ରସଙ୍ଗ ଉଠାଇ ତାଙ୍କ ଇସ୍ତଫା ଦାବି କରିଛି ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ। ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଅହୋରାତ୍ର ଧାରଣା ଆଜି ସକାଳେ କେନ୍ଦ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ସହ ଶେଷ ହୋଇଛି।

ଏହି ଅବସରରେ ପ୍ରଶ୍ନପତ୍ର ପ୍ରଘଟ ଜନିତ ମାନସିକ ଚାପରେ ପ୍ରାଣ ହରାଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯିବା ସହ ଶିକ୍ଷାମନ୍ତ୍ରୀ ଇସ୍ତଫା ନଦେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ କୁମାର ପ୍ରଧାନ ଓ ପ୍ରଦେଶ ଛାତ୍ର କଂଗ୍ରେସ ସଂଯୋଜକ ବିଭୂତି ଭୂଷଣ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ବଲବୀର ସିଂ, ଉମେଶ ଚନ୍ଦ୍ର ସାହୁ, ସୁଦୀପ ମିଶ୍ର, ଲୁଲୁ ପାଣିଗ୍ରାହୀ, ଗୋବିନ୍ଦ ନାଏକ, ଚିତ୍ତରଞ୍ଜନ ନାଏକଙ୍କ ସମେତ ବହୁ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ହେଉଥିବା ଅବହେଳା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।

Share

Leave a Reply