ଅନୁଗୁଳ: ଅନୁଗୁଳ ଆମ୍ବର ଚାହିଦା ଏବେ ବର୍ଷକୁ ବର୍ଷ ବଢ଼ି ଚାଲିଛି ବିଶେଷକରି ଆମ୍ରପାଲି ଆମ୍ବର ରାଜ୍ୟ ଓ ଦେଶ ବାହାରେ ବହୁତ ଚାହିଦା ରହିଛି ତେଣୁ ଓରମାସ ପକ୍ଷରୁ ଅନୁଗୁଳର ବିଭିନ୍ନ ଉତ୍ପାଦକ ସଂଘର ସହାୟତାରେ ଉନ୍ନତ ମାନର ଆମ୍ରପାଲି ଆମ୍ବକୁ ଯାନ୍ତ୍ରିକ ପଦ୍ଧତିରେ ତୋଳିବା ପରେ ତାକୁ ବାଛି,ଗ୍ରେଡିଂ କରି ବିଦେଶକୁ ପଠା ଯାଉଛି। ଗତ ୨୧ ତାରିଖରେ ଓରମାସ ସହାୟତାରେ ଇଟାଲୀକୁ ୨୦ କ୍ଵିଣ୍ଟାଲ ଆମ୍ରପାଲି ରପ୍ତାନି କରାଯାଇଛି। ଇଟାଲୀ ବଜାରରେ ଏହା ସ୍ଥଳ ବିଶେଷରେ କେଜି ପିଛା ୪୦୦ ଟଙ୍କାରୁ ୬୦୦ ଟଙ୍କାରେ ବିକ୍ରି ହେବ ବୋଲି ଆଶା ରଖାଯାଇଛି।ଏହା ଦ୍ୱାରା ଅନୁଗୁଳର ଆମ୍ବ ଚାଷୀ ମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ଆଶା ରଖା ଯାଇଛି।
ବିଶ୍ୱ ବଜାରରେ ଅନୁଗୋଳ ଆମ୍ବ: ୨୦ କ୍ଵିଣ୍ଟାଲ ଇଟାଲୀ ପଠାଗଲା
- Post published:May 23, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul





