ରକ୍ତଦାନ ଶିବିର, ୧୦୬ ୟୁନିଟ ରକ୍ତ ସଂଗ୍ରହ

You are currently viewing ରକ୍ତଦାନ ଶିବିର, ୧୦୬ ୟୁନିଟ ରକ୍ତ ସଂଗ୍ରହ

ଅନୁଗୁଳ : ଅନୁଗୁଳ ବ୍ଲକ ଅନ୍ତର୍ଗତ ଖଲାରୀ ବିଶ୍ୱାଳ ସାହି ମା’ ହିଙ୍ଗୁଳା କ୍ଲବ ଠାରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଓଡିଶା ମୋ-ପରିବାର ଓ ମା’ ହିଙ୍ଗୁଳା କ୍ଲବ ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ଓଡିଶା ମୋ-ପରିବାର ଓ ଜୀବନବିନ୍ଦୁର ସହ ସଂଯୋଜକ ପ୍ରିୟଦର୍ଶୀ ପଟ୍ଟନାୟକ, ଯୁବ ନେତା ଅରୁଣାଭ ସିଂହ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟତମ ଅତିଥି ଭାବେ ଜୋନ ନଂ ୩ ର ଜିଲ୍ଲା ପରିଷଦ ସଭ୍ୟା ରୁବି ସାହୁ, ଅନୁଗୁଳ ବ୍ଲକ ବିଜେଡ଼ି ସଭାପତି ସରୋଜ ନାରାୟଣ ସାହୁ, ଜିଲ୍ଲା ଯୁବ ବିଜେଡ଼ି ଉପ-ସଭାପତି ସରୋଜ ନାଏକ, ବ୍ଲକ ଯୁବ ବିଜେଡି ସଭାପତି ରାକେଶ ନନ୍ଦ, ଅଜିତ ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ ମୋଟ ୧୦୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଜୋନ ନଂ ୩ ର ସମସ୍ତ ପଞ୍ଚାୟତ ବିଜେଡି କାର୍ଯ୍ୟକର୍ତ୍ତା ଯୋଗ ଦେଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଅନୁଗୁଳ ରକ୍ତଭଣ୍ଡାରର କର୍ମଚାରୀ ଶିବିରରେ ସହଯୋଗ କରିଥିଲେ।

Share

Leave a Reply