୧୨ଶ ଅନୁଗୋଳ ଜିଲ୍ଲା ଟାଇକୁଣ୍ଡୁ ଚମ୍ପିୟାନସିପ ଜୁନ୍ ୨୮ରେ

You are currently viewing ୧୨ଶ ଅନୁଗୋଳ ଜିଲ୍ଲା ଟାଇକୁଣ୍ଡୁ ଚମ୍ପିୟାନସିପ ଜୁନ୍ ୨୮ରେ

ଅନୁଗୋଳ: ଆସନ୍ତା ଜୁନ୍ ୨୮ ତାରିଖ ରେ ୧୨ ତମ ଅନୁଗୋଳ ଜିଲ୍ଲା ଟାଇକୁଣ୍ଡୁ ଚମ୍ପିୟାନସିପ ଅନୁଗୋଳ ଟାଉନ୍ ହଲରେ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ପ୍ରାୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୫୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେବେ। ଅନୁଗୋଳ ଜିଲ୍ଲା ଟାଇକୁଣ୍ଡୁ ଡେଭଲପମେଣ୍ଟ ଆସୋସିଏସନ୍ ଆନୁକୂଲ୍ୟରେ ତଥା ଓଡ଼ିଶା ଟାଇକୁଣ୍ଡୁ ଆସୋସିଏସନ୍ ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜିତ ହେବ।

ଏଠାରେ ସୂଚନାଯୋଗ୍ୟ ଯେ ୨୦୨୨ ମସିହାରୁ ଆମ ସଂଗଠନର ଖେଳାଳିମାନେ ରାଜ୍ୟ ଓ ଜାତୀୟ ସ୍ତରରେ ପଦକ ଜିତି ସୁନାମ ଅର୍ଜନ କରି ଆସିଛନ୍ତି। ୨୦୨୩ ମସିହାରେ ଆମର ଖେଳାଳୀ ମାନେ ଜାତୀୟ ପ୍ରତିଯୋଗିତାରେ ୭ ଟି ସ୍ୱର୍ଣ୍ଣ ୮ ଟି ରୌପ୍ୟ ୮ ଟି କାଂସ୍ୟ ପଦକ ପାଇଥିଲେ। ୨୦୨୬ ମସିହା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଆମର ୪୭ ଜଣ ଅଂଶ ଗ୍ରହଣ କରିଥିଲେ। ସେଥରୁ ୧୪ ଟି ସ୍ୱର୍ଣ୍ଣ,୨୬ ଟି ରୌପ୍ୟ, ଓ ୨୬ ଟି କାଂସ୍ୟ ଏହିପରି ମୋଟ ୬୭ ଟି ପଦକ ଜିତିଥିଲେ। ଟୁର୍ଣ୍ଣାମେଣ୍ଟ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ଦେଇଥିଲେ ସଂଘ କର୍ମକର୍ତ୍ତା।

ଏହି ସମ୍ମିଳନୀରେ ସଂଘ ସଭାପତି ମନୋଜ କୁମାର ପ୍ରଧାନ,ସାଧାରଣ ସମ୍ପାଦକ ପ୍ରଦୀପ କୁମାର ପ୍ରଧାନ,ଉପ ସଭାପତି ପ୍ରତାପ ମାଝୀ,ବିଶ୍ବରଂଜନ ସାହୁ,କୋଷାଧ୍ୟକ୍ଷ ତପନ କୁମାର ଦାସଙ୍କ ସମେତ ଅନୁଗୋଳ ଟାଇକୁଣ୍ଡୁ ସଂଘର ଅମରଜିତ୍ ଗଡ଼ନାୟକ ପ୍ରମୁଖ ଅଂଶ ଗ୍ରହଣ କରି ପ୍ରତିଯୋଗିତା ବାବଦରେ ସୂଚନା ପ୍ରଦାନ କରିଥିଲେ ।

Share

Leave a Reply