୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

You are currently viewing ୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଚକୋଲେଟ୍ ଦେବା ବାହାନାରେ ଗାଁ ଦାଣ୍ଡରେ ଖେଳୁଥିବା ଶିଶୁକନ୍ୟାକୁ ଉଠାଇନେଇ ଦୁର୍ବୃତ୍ତ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତାର ବାପା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଅଭିଯୁକ୍ତ ଯୁବକକୁ ଗିରଫ କରି ମଙ୍ଗଳାବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ କଣିହାଁ ଥାନା ଅନ୍ତର୍ଗତ କୁମୁଣ୍ଡା ଗ୍ରାମର ରିଙ୍କୁ ସେଠୀ (୨୪)ଓ ସେ ପୀଡିତାଙ୍କ ପରିବାରର ଦୂର ସମ୍ପର୍କୀୟ ବୋଲି ଜଣାପଡିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୫ ତାରିଖରେ ରିଙ୍କୁ ତାର ସମ୍ପର୍କୀୟଘର ଠାକୁରଗଡ଼ ଥାନା ଇଲାକାକୁ ଆସିଥିଲା।ଶିଶୁ କନ୍ୟାଟି ରାସ୍ତା କଡରେ ପିଲାମାନଙ୍କ ସହ ଖେଳୁଥିବା ବେଳେ ରିଙ୍କୁ ଚକୋଲେଟ ପ୍ରଲୋଭନ ଦେଖାଇ ଗାଁ ଦାଣ୍ଡରୁ ଉଠାଇ ନେଇଥିଲା। ପାଖରେ ଥିବା ଏକ ଆମ୍ବ ବଗିଚାରେ ଶିଶୁକନ୍ୟାସହ ବଳାତ୍କାର କରିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗାଁ ଦାଣ୍ଡରେ ଛାଡି ଚାଲି ଯାଇଥିଲା । ପୀଡିତା ଶିଶୁକନ୍ୟାର ବାପା ଏ ସଂପର୍କରେ ଅଭିଯୋଗ କରିବା ପରେ ଠାକୁରଗଡ଼ ଥାନା ଆଇଆଇସି ପୀତାମ୍ବର ମଲ୍ଲିକ ସଦଳବଳ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଥିଲେ।

Share

Leave a Reply