୬୦ ଦିନର ଆନ୍ଦୋଳନ ସଫଳ: ଜମରଡିହ ସ୍ୱାସ୍ଥ୍ୟକେନ୍ଦ୍ରରୁ ହଟିଲା ଏନ୍‌ଜିଓ

You are currently viewing ୬୦ ଦିନର ଆନ୍ଦୋଳନ ସଫଳ: ଜମରଡିହ ସ୍ୱାସ୍ଥ୍ୟକେନ୍ଦ୍ରରୁ ହଟିଲା ଏନ୍‌ଜିଓ

ଅନୁଗୋଳ: ଦୀର୍ଘ ୬୦ ଦିନର କ୍ରମାଗତ ଧାରଣା ଓ ପ୍ରତିବାଦ ପରେ ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକର ଜମରଡିହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନା ଦାୟିତ୍ୱରୁ ଘରୋଇ ଏନ୍‌ଜିଓ ‘ପରିବର୍ତ୍ତନ’ ଓହରିଯାଇଛି। ପିପିପି ମୋଡ୍‌ରେ ପରିଚାଳିତ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଆଶାନୁରୂପ ସେବା ନମିଳିବାରୁ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ।

ଗତ ଜୁନ୍‌ ୧ ତାରିଖରୁ ଏନ୍‌ଜିଓକୁ ଦାୟିତ୍ୱ ଦିଆଯାଇଥିବାବେଳେ ପ୍ରଥମ ଦିନରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ, ମହିଳା ଏବଂ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷଙ୍କ ନେତୃତ୍ୱରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ପ୍ରଶାସନ ପକ୍ଷରୁ କିଛି ଆନ୍ଦୋଳନକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଲୋକେ ପଛଘୁଞ୍ଚା ଦେଇନଥିଲେ।

ଶେଷରେ ଅଗଷ୍ଟ ୧ ତାରିଖରେ ଏନ୍‌ଜିଓ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ପତ୍ର ଲେଖି ଦାୟିତ୍ୱରୁ ଓହରିଯାଇଥିବା ଜଣାପଡ଼ିଛି। ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ସମ୍ପତ୍ତି ଖମାର ବିପିଏଚ୍‌ଓଙ୍କୁ ହସ୍ତାନ୍ତର କରାଯାଉଛି। ଫଳରେ ଉପାନ୍ତ ଅଞ୍ଚଳର ୧୫ ହଜାରରୁ ଅଧିକ ଜନସାଧାରଣଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି।

Share

Leave a Reply