ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୩୦ ଫୁଟ୍ ତଳକୁ ଖସିଲା ଟ୍ରକ୍: ଡ୍ରାଇଭର ଗୁରୁତର

You are currently viewing ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୩୦ ଫୁଟ୍ ତଳକୁ ଖସିଲା ଟ୍ରକ୍: ଡ୍ରାଇଭର ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡର କିଆକଟା-ବଇଣ୍ଡା ୬୨ ନମ୍ବର ରାଜ୍ୟ ରାଜପଥର ପୁରୁଣାମାଣତ୍ରୀ ବ୍ରିଜ୍ ଉପରେ ଯାଉଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ ବ୍ୟାରିକେଡ୍ ଭାଙ୍ଗି ପ୍ରାୟ ୩୦ ଫୁଟ୍ ତଳକୁ ଖସିପଡ଼ିଛି। ଏହି ଭୟଙ୍କର ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତତ୍ପରତା ପ୍ରକାଶ କରି ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ଟ୍ରକ୍ ଭିତରୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି।

ଖବର ପାଇ ଆଠମଲ୍ଲିକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରଖିଛି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

Share

Leave a Reply