ବ୍ୟାଙ୍କ ଲୁଟ ଉଦ୍ୟମ କରିଥିବା ଯୁବକ ଗିରଫ

You are currently viewing ବ୍ୟାଙ୍କ ଲୁଟ ଉଦ୍ୟମ କରିଥିବା ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଶଙ୍ଖପୁର ଫେଡେରାଲ ବ୍ୟାଙ୍କ ଲୁଟ୍ ଉଦ୍ୟମ କରିଥିବା ଯୁବକଙ୍କୁ ପୁଲିସ ସୋମବାର ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଗତ ୧୩ ତାରିଖରେ ବ୍ୟାଙ୍କର ଝରକା କାଟି ଭିତରେ ପଶି ବ୍ୟାଙ୍କ କମ୍ପ୍ୟୁଟରରୁ ୩ଟି ହାର୍ଡ ଡିସ୍କ ଚୋରି ହୋଇଥିବା ସହ ବ୍ୟାଙ୍କ ଲକର ଭାଙ୍ଗିବାକୁ ଉଦ୍ୟମ କରାଯାଇଥିଲା। ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାର ତଦନ୍ତକରି ବ୍ୟାଙ୍କର ସିସିଟିଭି ଫୁଟେଜର ଯାଞ୍ଚକରି ପଶ୍ଚିମ ବଙ୍ଗ ଅଞ୍ଚଳର ଆକାଶ ସା(୩୫) ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଆକାଶ ଅନୁଗୁଳ ଅଞ୍ଚଳରେ ଜଣେ ରାଜ ମିସ୍ତ୍ରୀ ଭାବେ କାମକରନ୍ତି। ପୁରୁଣାକୋଟ ଥାନା ଅନ୍ତର୍ଗତ ଛୁଟକେଇ ଗାଁରେ ବିବାହ କରିଛନ୍ତି। ସେ ଶଙ୍ଖପୁର ଗାରେ ରହି କିଛିଦିନ ରାଜମିସ୍ତ୍ରୀ କାମ କରୁଥିଲେ। ସେବେଠାରୁ ସେ ଏହି ବ୍ୟାଙ୍କ ଲୁଟିବାର ଉଦ୍ୟମ କରିଥିଲେ ବୋଲି ପୁଲିସ ଆଗରେ ପ୍ରକାଶ କରିଛି।

Share

Leave a Reply