ଥାନା ଭିତରକୁ ପଶିଲା ୧୦ ଫୁଟର ଅଜଗର, ସୁରକ୍ଷିତ ଭାବେ ଉଦ୍ଧାର

You are currently viewing ଥାନା ଭିତରକୁ ପଶିଲା ୧୦ ଫୁଟର ଅଜଗର, ସୁରକ୍ଷିତ ଭାବେ ଉଦ୍ଧାର

ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ପରିସରରୁ ବୁଧବାର ବିଳମ୍ବିତ ରାତିରେ ଏକ ବିଶାଳକାୟ ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ଥାନା ପରିସରରେ ଅଜଗରଟିକୁ ବୁଲୁଥିବାର ଦେଖି କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିଲେ। ତୁରନ୍ତ ସର୍ପ ଉଦ୍ଧାରକାରୀ ସୁଶାନ୍ତ ସାହୁଙ୍କୁ ଖବର ଦିଆଯାଇଥିଲା।
ଘଟଣାସ୍ଥଳରେ ସୁଶାନ୍ତ ପହଞ୍ଚି ଅଜଗରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ଅନୁଗୋଳ ଏସିଏଫ ବିଦ୍ୟାସାଗର ଓ ବନ୍ତଳା ରେଞ୍ଜର ପ୍ରସନ୍ନ କୁମାର ସାହୁଙ୍କ ଉପସ୍ଥିତିରେ ପ୍ରାୟ ୧୦ ଫୁଟ ଲମ୍ବର ଏହି ଅଜଗରକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି।

ଏହାବ୍ୟତୀତ, ଗୁରୁବାର ସନ୍ଧ୍ୟାରେ ବନ୍ତଳା ବଜାରସ୍ଥିତ ଭାସ୍କର ଚନ୍ଦ୍ର ସାହୁଙ୍କ ଘରୁ ମଧ୍ୟ ସୁଶାନ୍ତ ୩ ଫୁଟର ଏକ ନାଗସାପ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡିଛନ୍ତି। ଗୋଟିଏ ଦିନରେ ଦୁଇଟି ସାପ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ବନ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କୁ ସାପ ଦେଖିଲେ ନଡରିବାକୁ ଏବଂ ତୁରନ୍ତ ଉଦ୍ଧାରକାରୀ ଦଳକୁ ଖବର ଦେବାକୁ ପରାମର୍ଶ ଦିଆଯାଇଛି।

Share

Leave a Reply