ଅନୁଗୁଳ: ଚଳିତ ବର୍ଷ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ବାଗେଡିଆ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଆଦ୍ୟାଶା ଆଚାର୍ଯ୍ୟ ମୋଟ ୫୭୮ ନମ୍ୱର ଅର୍ଥାତ୍ ୯୬.୩୩୩ ପ୍ରତିଶତ ନମ୍ବର ରଖି ଜିଲ୍ଲାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଆଦ୍ୟାଶା ଜଣେ ପରିଶ୍ରମୀ ଛାତ୍ରୀ ତାଙ୍କ ଫଳାଫଳ ଅନ୍ୟମାନଙ୍କୁ ପ୍ରେରଣା ନିଶ୍ଚିତ ଭାବେ ଯୋଗାଇବ।
ସେହିଭଳି ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସେଲୋନୀ ସାହୁ ୫୬୫ ନମ୍ୱର୍ ଅର୍ଥାତ୍ ୯୪.୧୬୬ ପ୍ରତିଶତ ନମ୍ବର ରଖି ଜିଲ୍ଲାରେ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି। ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରିୟବ୍ରତ ମାଝୀ ଏକ ପ୍ରତିକ୍ରିୟାରେ ସ୍କୁଲର ୮ ଜଣ ଛାତ୍ରଛାତ୍ରୀ ଏ ୱାନ ପାଇଥିବାରୁ ଆନନ୍ଦ ପ୍ରକାଶ କରିବା ସହ ସମସ୍ତ ସହକାରୀ ଶିକ୍ଷକଙ୍କ ଅବଦାନ ମୁଖ୍ୟତଃ ଦାୟୀ ବୋଲି କହିଛନ୍ତି।











