ପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ଅଭିଯୋଗ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ପନ୍ଦରଭରଣିଆବାସୀ

You are currently viewing ପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ଅଭିଯୋଗ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ପନ୍ଦରଭରଣିଆବାସୀ

ଅନୁଗୁଳ: ପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବୁଢ଼ାପଙ୍କ ପଞ୍ଚାୟତ ଗ୍ରାମ ବାସୀ ଏବଂ ୧୭ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଛନ୍ତି।

ସୂଚନା ମୁତାବକ, ପନ୍ଦରଭରଣିଆ ଗ୍ରାମରେ ପାଣି ସମସ୍ୟ ନେଇ ନିକଟରେ ଏକ ବୈଠକ ବସିଥିଲା। ବୈଠକରେ ୭/୮ ଟି ଘର ଭିତରେ ଗୋଟିଏ ଲେଖାଏଁ ଟ୍ୟାପ ଦିଆଯିବ ବୋଲି ନିଷ୍ପତ୍ତି ହେଇଥିଲା। କିନ୍ତୁ ଗାଁର ପମ୍ପ ହାଉସ ଠାରୁ ମେନ୍ ଲାଇନ ଆସୁଥିବା ବାଟରେ କିଛି ଲୋକ ଜୋର୍ ଜବରଦସ୍ତ ଦୁଇଟି ଟ୍ୟାପ ବସାଇଥିଲେ। ଏହାକୁ ଗ୍ରାମବାସୀ ବିରୋଧ କରିବାରୁ କିଛି ଲୋକ ଗ୍ରାମବାସୀ ଓ ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିବାକୁ ଉଦ୍ୟମ କରିଥିଲେ। ଏ ନେଇ ଦୁଇ ଗୋଷ୍ଠୀ ପକ୍ଷରୁ ଥାନାରେ ଅଭିଯୋଗ ହେଇଥିଲା। ଥାନାରୁ ଗ୍ରାମବାସୀଙ୍କୁ ନ୍ୟାୟ ନ ମିଳିବାରୁ ଆଜି ବାଧ୍ୟ ହୋଇ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

Share

Leave a Reply