ଦୋଳ ଦେଖି ଫେରିବା ବେଳେ ଛକିଥିଲା ଯମ: ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ, ଜଣେ ଗୁରୁତର

You are currently viewing ଦୋଳ ଦେଖି ଫେରିବା ବେଳେ ଛକିଥିଲା ଯମ: ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଖଙ୍ଗୁରିଆ ଗାଁ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଆଉ ଜଣେ ମଧ୍ୟ ଗୁରୁତର ହୋଇଛନ୍ତି। ମୃତକ ଛେଣ୍ଡିପଦା ଥାନା ଷଣ୍ଢପାଳ ଗାଁର ଲିପୁନ ସାହୁ ଓ ଗୁରୁତର ନରେଶ ବେହେରା ବୋଲି ଜଣାପଡ଼ିଛି।

ଲିପୁନ ସାହୁ ଓ ନରେଶ ବେହେରା ମଙ୍ଗଳବାର ଅପରାହ୍ନରେ ଛେଣ୍ଡିପଦା ଡାହିବାର ଗ୍ରାମରୁ ଦୋଳ ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ଦେଖି ଉଭୟେ ବାଇକରେ ନିଜ ଘର ଷଣ୍ଢପାଳକୁ ଫେରୁଥିଲା ବେଳେ ଖଙ୍ଗୁରିଆ ଗାଁ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଫଳରେ ଲିପୁନ ଓ ନରେଶ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ। ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଲିପୁନକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ନରେଶଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଖବର ପାଇ ଛେଣ୍ଡିପଦା ପୋଲିସ ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Share

Leave a Reply