ଅନୁଗୁଳ: ଆଜିଠୁ ଅନୁଗୁଳ କଦମ ପଡ଼ିଆରେ କ୍ରିକେଟ ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଛି। ଏହା ୨୧ ଯାଏଁ ଚାଲିବ। ଓଡ଼ିଶା କ୍ରିକେଟ ଆସୋସିଏସନ ଓ ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ କିଶୋର ଓ ଯୁବ ଖେଳାଳିଙ୍କୁ ତାଲିମ ଦିଆଯାଉଛି। ରବିବାର ଦିନ ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ତଥା ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ପାଦକ ଶାଗର ନାଥ ମିଶ୍ର ଓ ପ୍ରଭାତ କୁମାର ସିହ୍ନା ଶିବିରକୁ ଉଦଘାଟନ କରିଥିଲେ। ଓସିଏ ତାଲିମ ପ୍ରାପ୍ତ କୋଚ ଭି .ଭେଙ୍କଟରମଣ ଖେଳାଳିମାନଙ୍କୁ ତାଲିମ ଦେଉଛନ୍ତି।