କିଶୋରନଗରରେ ପ୍ରବଳ ବର୍ଷା: ଯାତାୟାତ ଠପ୍, ଜନଜୀବନ ଅସ୍ତବ୍ୟସ୍ତ

You are currently viewing କିଶୋରନଗରରେ ପ୍ରବଳ ବର୍ଷା: ଯାତାୟାତ ଠପ୍, ଜନଜୀବନ ଅସ୍ତବ୍ୟସ୍ତ

​ଅନୁଗୋଳ: ଲଘୁଚାପ ପ୍ରଭାବରେ କିଶୋରନଗର ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବାବେଳେ ଗତକାଲିଠାରୁ ଆଜି ସକାଳ ସୁଦ୍ଧା ସର୍ବାଧିକ ୧୫୩.୬ ମିମି ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି।
​ବର୍ଷା କାରଣରୁ ଘୋଷର ଓ ରାଇବାହାଳ ପୂର୍ତ୍ତ ପୋଲ ଉପରେ ୩ ଫୁଟରୁ ଅଧିକ ଜଳ ପ୍ରବାହିତ ହୋଇଥିଲା। ଫଳରେ କିଶୋରନଗର-ହିମିତିରା ଏବଂ ବାମୁର-ମାଧପୁର ପୂର୍ତ୍ତ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ତେବେ ଜଳ ନିଷ୍କାସନ ହେବା ପରେ ଆଜି ସକାଳୁ ଯାତାୟାତ ସ୍ବାଭାବିକ ହୋଇଛି।
​ଏହି ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଚାଷ ଜମି ଜଳମଗ୍ନ ହୋଇଥିବାବେଳେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି।

Share

Leave a Reply