ମହିଳା ସୁରକ୍ଷା ଓ ସଶକ୍ତୀକରଣ ସଚେତନତା କାର୍ଯ୍ୟକ୍ରମ

You are currently viewing ମହିଳା ସୁରକ୍ଷା ଓ ସଶକ୍ତୀକରଣ ସଚେତନତା କାର୍ଯ୍ୟକ୍ରମ

ଅନୁଗୋଳ: ଅନୁଗୋଳ ମହିଳା ମହାବିଦ୍ୟାଳୟର ‘ଶକ୍ତିଶ୍ରୀ ଏମ୍ପାୱାରମେଣ୍ଟ ସେଲ୍’ ପକ୍ଷରୁ ମହିଳା ସୁରକ୍ଷା ଓ ସଶକ୍ତୀକରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷା ମମତାରାଣୀ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂଯୋଜିକା ଭାନୁପ୍ରିୟା ସେଠୀ ସେଲ୍‌ର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ମୁଖ୍ୟ ବକ୍ତା ତଥା ‘ଚେତନା–ଏ ମିଶନ’ର ସଂସ୍ଥାପିକା ବାଣୀ ଦେବ ଯୋଗଦେଇ ଛାତ୍ରୀମାନଙ୍କୁ ସାଇବର ସୁରକ୍ଷା, ଆଇନଗତ ଅଧିକାର, ଆତ୍ମରକ୍ଷା ଏବଂ ଲିଙ୍ଗଗତ ସମାନତା ସମ୍ପର୍କରେ ବିସ୍ତୃତ ପରାମର୍ଶ ଦେଇଥିଲେ। ସେ ଛାତ୍ରୀମାନଙ୍କୁ ନିର୍ଭୀକ ହେବା ଏବଂ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ ଆତ୍ମନିର୍ଭରଶୀଳତା ଓ ଉଦ୍ୟମିତାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଭବିଷ୍ୟତରେ କୌଣସି ଛାତ୍ରୀ ବ୍ୟବସାୟ କିମ୍ବା ଷ୍ଟାର୍ଟଅପ୍ ଆରମ୍ଭ କଲେ ‘ଚେତନା–ଏ ମିଶନ୍’ ପକ୍ଷରୁ ସମସ୍ତ ପ୍ରକାର ପ୍ରଶିକ୍ଷଣ ଓ ସହଯୋଗ ଯାଇଗାଇବ ବୋଲି ମୁଖ୍ୟ ବକ୍ତା ଘୋଷଣା କରିଥିଲେ।

Share

Leave a Reply