ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିୟନର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ

You are currently viewing ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିୟନର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ

ଅନୁଗୁଳ: ଛେଣ୍ଡିପଦା ବ୍ଲକ ପାତ୍ରପଡା ମା ବାଟ ବାୟାଣୀ ପୀଠଠାରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିୟନ ( ଏଡିୟୁଜେ ) ର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ୟୁନିଅନର ସଭାପତି ପର୍ଶୁରାମ ଦାଶ ଏଥିରେ ଅଧ୍ୟକ୍ଷତା କରିଥଲେ। ସଂଘର ବିବରଣୀ ଉପସ୍ଥାପନା କରିବା ସହ ନୂତନ ସଭ୍ୟ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।କାର୍ଯ୍ୟରତ ସାମ୍ବାଦିକମାନେ ସମ୍ମୁଖୀନ ହେଇଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପ୍ରସଙ୍ଗରେ ଆଲୋଚନା ହେଇଥିଲା। ଏହି ଅବସରରେ ସଂଘର ନୂତନ କର୍ମକର୍ତା ମନୋନୟନ କରାଯାଇଥିଲା । ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ସୁବାସ ସାହୁ , କାର୍ଯ୍ୟକାରୀ ସଭାପତି ସଞ୍ଜୀବ କୁମାର ମାଣ୍ଡୋଠିଆ , ଉପସଭାପତି ଅଜିତ କୁମାର ଧଳ ଓ ଉପେନ୍ଦ୍ର କୁମାର ରାଉତ , ସାଧାରଣ ସମ୍ପାଦକ ଅଜିତ କୁମାର ଧର ,ସହ ସମ୍ପାଦକ ଜୟନ୍ତ କୁମାର କର , କୋଷାଧ୍ୟକ୍ଷ ସୁଶାନ୍ତ କୁମାର ସାହୁ , ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ପର୍ଶୁରାମ ଦାଶ , ଉପଦେଷ୍ଟା ଭାବେ ସନ୍ତୋଷ କୁମାର ମିଶ୍ର , ସୁଶାନ୍ତ ପ୍ରଧାନ ଓ ପ୍ରଦୀପ୍ତ ପୁରୋହିତଙ୍କୁ ମନୋନୀତ କରାଯାଇଥିଲା। ନବ ନିର୍ବାଚିତ କର୍ମକର୍ତ୍ତା ଶପଥପାଠ କରିଥିଲେ ।

Share

Leave a Reply