ଧଉରାପାଲ୍ଲୀରେ ଭିନ୍ନକ୍ଷମଙ୍କ ଦୁର୍ଦ୍ଦଶା: ଘର ଭାଙ୍ଗିଲା, ଅନ୍ଧାରରେ ରାତି କାଟୁଛନ୍ତି

You are currently viewing ଧଉରାପାଲ୍ଲୀରେ ଭିନ୍ନକ୍ଷମଙ୍କ ଦୁର୍ଦ୍ଦଶା: ଘର ଭାଙ୍ଗିଲା, ଅନ୍ଧାରରେ ରାତି କାଟୁଛନ୍ତି

ଅନୁଗୋଳ: ପ୍ରବଳ ବର୍ଷା ଯୋଗୁଁ କିଶୋରନଗର ବ୍ଲକ ଧଉରାପାଲ୍ଲୀ ପଞ୍ଚାୟତ ବଏଜା ଧୂବାସାହିରେ ଜଣେ ଭିନ୍ନକ୍ଷମଙ୍କ ମାଟି ଘର ଭାଙ୍ଗି ଯାଇଛି। ଫଳରେ ସେ ନିଜ ପରିବାର ସହ ଅନ୍ଧାରରେ ରାତି କାଟିବାକୁ ବାଧ୍ୟ ହୋଇଛନ୍ତି। ଭିନ୍ନକ୍ଷମ ବାଦୀ ସେଠୀ ତାଙ୍କର ଗୋଟିଏ ପୁଅ ଓ ୨ ଝିଅଙ୍କୁ ନେଇ ଘରେ ରହୁଥିଲେ। ମଙ୍ଗଳବାର ବର୍ଷା ଯୋଗୁଁ ଘରଟି ଭୁଶୁଡ଼ି ପଡ଼ିବା ପରେ ସେମାନେ ବର୍ତ୍ତମାନ ଗ୍ରାମର କୋଠଘରରେ ଆଶ୍ରୟ ନେଇଛନ୍ତି। ବିଜୁଳି ନଥିବାରୁ ପରିବାର ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଛି।

ଘଟଣା ପରେ କିଶୋରନଗର ରାଜସ୍ୱ ବିଭାଗ ପକ୍ଷରୁ ତାଙ୍କୁ ଗୋଟିଏ ପଲିଥିନ ଯୋଗାଇ ଦିଆଯାଇଛି। ହେଲେ ପରିବାର ପକ୍ଷରୁ ତୁରନ୍ତ ରିଲିଫ ସହ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ଏନେଇ ଶୀଘ୍ର ପଦକ୍ଷେପ ସହ ଭିନ୍ନକ୍ଷମ ପରିବାରକୁ ପୁନଃ ବସତି ଓ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକେ ପ୍ରଶାସନକୁ ଅନୁରୋଧ କରିଛନ୍ତି।

Share

Leave a Reply