ଅନୁଗୁଳ: କନ୍ଧମାଳ ଜିଲ୍ଲାରେ ଆସନ୍ତା ୧୧ରୁ ୧୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ୬୯ତମ ରାଜ୍ୟ ଭଲିବଲ ଚାମ୍ପିଅନ୍ସିପ୍ । ୪ଟି ଭେନ୍ୟୁରେ ଖେଳାଯିବାକୁ ଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଅନୁଗୁଳ ଦଳ ଘୋଷଣା ହୋଇଛି। ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ, ଅବିନାଶ ଦେହୁରୀ, କମଳ ଲୋଚନ ସେନାପତି, ହିମାଂଶୁ ସିଂ, ମଙ୍ଗୁଳୁ ସେଠୀ, ଚିରଞ୍ଜିବୀ ଦ୍ବିବେଦୀ, ପ୍ରିୟବ୍ରତ ପ୍ରଧାନ, ରାଜେଶ ବେହେରା, ସୁବ୍ରତ ବେହେରା, ସୁନିଲ୍ ସାହୁ, ବିକାଶ ପାତ୍ର, ସଚିନ୍ ଗଡ଼ନାୟକ, ଡିକନ୍ ଗଡ଼ନାୟକ, ସମ୍ବିତ୍ ବିଶ୍ଵାଳ, ଦିବ୍ୟ ରଞ୍ଜନ ଦେହୁରୀ, ତୀର୍ଥ ରାଉତ, ଆକାଶ ସାହୁ, ନରେଶ ଗଡ଼ନାୟକ ଓ ଭେଙ୍କଟେଶ ସିଂହ । ଗତ ୩ ତାରିଖ ଦିନ ବାସନ୍ତୀ ଭଲିବଲ ଗ୍ରାଉଣ୍ଡ୍ରେ ଏକ ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଚୟନ ପ୍ରକ୍ରିୟାରେ ପ୍ରଦର୍ଶନ ଆଧାରରେ ଏହି ଦଳ ଘୋଷଣା ହୋଇଥିବା ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ କୁହାଯାଇଛି ।
ଅନୁଗୁଳ ଭଲିବଲ ଦଳ ଘୋଷଣା
- Post published:November 6, 2021
- Post category:କ୍ରୀଡ଼ା
- Post comments:0 Comments
- Post author:Angul TV Bureau

Tags: Angul