ଅନୁଗୁଳ ଓକିଲ ସଂଘର ନିର୍ବାଚନ, ଦିଲ୍ଲୀପ ସଭାପତି, ସୋମନାଥ ସମ୍ପାଦକ

You are currently viewing ଅନୁଗୁଳ ଓକିଲ ସଂଘର ନିର୍ବାଚନ, ଦିଲ୍ଲୀପ ସଭାପତି, ସୋମନାଥ ସମ୍ପାଦକ

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ବାର୍ଷିକ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଛି। ସଂଘର ମୋଟ୍ ୪୪୮ ଜଣ ସଭ୍ୟ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ସଭାପତି ଭାବେ ଦିଲ୍ଲୀପ କୁମାର ସାହୁ ଓ ସମ୍ପାଦକ ଭାବେ ସୋମନାଥ ରାଉତ ପୁନର୍ବାର ବିଜୟୀ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ନିରୋଦ କୁମାର ମିଶ୍ର, ସହସମ୍ପାଦକ ଭାବେ ଧର୍ମେନ୍ଦ୍ରନାଥ ମିଶ୍ର, ସଂସ୍କୃତିକ ସମ୍ପାଦକ ଭାବେ ପ୍ରଦୀପ୍ତ କିଶୋର ସାହୁ ଓ କୋଷାଧ୍ୟକ୍ଷ ଭାବେ ନୀଳକଣ୍ଠ ନାଏକ ନିର୍ବାଚିତ ହୋଇଛନ୍ତି ।ସଭାପତି ପଦବୀ ପାଇଁ ତ୍ରିମୁଖୀ ଲଢ଼େଇ ହୋଇଥିଲା । ଦିଲ୍ଲୀପ ସର୍ବାଧିକ ଭୋଟ୍ ପାଇ ପ୍ରତିଦ୍ବନ୍ଦୀ ହିଂମାଶୁ ଭୂଷଣ ସାମଲ ଓ ମଧୁସୂଦନ କରଙ୍କୁ ପରାସ୍ତ କରିଥିଲେ । ଉପସଭାପତି ପଦବିରେ ନିରୋଦ କୁମାର ମିଶ୍ର ଓ ଭବାନୀ ଶଙ୍କର ପ୍ରଧାନଙ୍କ ମଧ୍ୟରେ ଲଢ଼େଇ ହୋଇଥିବା ବେଳେ ନିରୋଦ ବାଜିମାତ କରିଛନ୍ତି ।ସାଧାରଣ ସମ୍ପାଦକ ପଦବୀରେ ସୋମନାଥ ତାଙ୍କ ପ୍ରତିଦ୍ବନ୍ଦୀ ଧ୍ରୁବଚରଣ ସାହୁଙ୍କୁ ହରାଇଛନ୍ତି । ପୂର୍ବାହ୍ନ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା । ଅପରାହ୍ନ ୪ଟାରୁ ଭୋଟ ଗଣତି ହୋଇଥିଲା । ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ପ୍ରଧାନ ଓ ପ୍ରସନ୍ନ କୁମାର ବେହେରା ନିର୍ବାଚନ ପରିଚାଳନା କରିଥିଲେ । ଏଥିରେ ସଂଘର ଅନ୍ୟତମ ସଦସ୍ୟ ଅଶୋକ କୁମାର ପଟ୍ଟନାୟକ, ସୁମନ୍ତ କୁମାର ବିଶ୍ୱାଳ, ଦିଲ୍ଲୀପ କୁମାର ପ୍ରଧାନ, ଶିବରାମ ଦେହୁରୀ, ପ୍ରତାପ କୁମାର ନାଏକ, ଧୀରେନ୍ କୁମାର ପ୍ରଧାନ, ସତ୍ୟବ୍ରତ ବିଶ୍ୱାଳ, ହେମନ୍ତ କୁମାର ସାହୁ, ଅରୁଣ କୁମାର ନାୟକ, ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Share

Leave a Reply