ଅନୁଗୁଳ: ଶୁକ୍ରବାର ସକାଳେ ଜିଲ୍ଲା କଂଗ୍ରେସ ଭବନଠାରେ ଜିଲ୍ଲା କଂଗ୍ରେସ କମିଟିର ସମ୍ଭର୍ଦ୍ଧନା ଉତ୍ସବ ଓ କିଲ୍ଲା କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସେବାଦଳ ଅଧ୍ୟକ୍ଷ ସୌମ୍ୟ ସଂଜିବ ମିଶ୍ର ଓ ଜିଲ୍ଲା ସଂଯୋଜକ ସଂଜିବ ନାଏକଙ୍କ ଦ୍ୱାରା ମାତୃ ବନ୍ଦନା ଗାନ କରିଥିଲେ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ତୈଳଚିତ୍ରରେ ସାମୁହିକ ମାଲ୍ୟାର୍ପଣ କରାଗଲା। ଏଥିସହ ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ୱର୍ଗତଃ ସଂଗ୍ରାମ ଜେନା, ଛାତ୍ର ନେତା ଫାରୁକ ଓ ବୟୋଜ୍ୟେଷ୍ଠ କଂଗ୍ରେସ ନେତା ସ୍ୱର୍ଗତଃ ଦିବାକର ସାହୁଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ଜିଲ୍ଲାର ସମସ୍ତ ନବ ନିଯୁକ୍ତ ବ୍ଲକ କଂଗ୍ରେସ ସଭାପତି ଓ କର୍ମକର୍ତ୍ତାଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା। ଏଥିରେ ମୂଖ୍ୟ ଅତିଥି ଭାବେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଶରତ ପଟ୍ଟନାୟକ ସଂଗଠନକୁ ତୃଣମୂଲରୁ ଦୃଢ ଭାବରେ ଗଢି କାର୍ଯ୍ୟକ୍ରମକୁ ଆଗକୁ ନେଲେ ଆଗାମୀ ଦିନରେ କଂଗ୍ରେସ ପୁଣି କ୍ଷମତାକୁ ଆସି ପାରିବ ବୋଲି ପ୍ରକାଶ କରିଥିଲେ। ସମ୍ମାନୀତ ଅତିଥି ଭାବେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ରାଜ୍ୟ ଅନୁସୂଚୀତ ଜନଜାତି ପ୍ରକୋଷ୍ଠର ଅଧ୍ୟକ୍ଷ ବାଙ୍କନିଧି ବେହେରା, ଜିଲ୍ଲା ପର୍ଯ୍ୟବେକ୍ଷକ ଇଂ. ଜ୍ଞାନନିଧି ବେହୁରିଆ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସସ୍ମିତା ବେହେରା, କଂଗ୍ରେସ ନେତା ଅକ୍ଷୟ କୁମାର ସାମନ୍ତ, ସୁକାନ୍ତୀ ଦାସ, ବିଜୟାନନ୍ଦ ଚାଉଳିଆ, ଚିତ ରଂଜନ ନାଏକ, ଲୁଟୁ ରଂଜନ ଥାପା, ଲୁଲୁ ପାଣିଗ୍ରାହୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପଛୁଆ ବର୍ଗ ପ୍ରକୋଷ୍ଠର ଅଧ୍ୟକ୍ଷ ଜିତେନ୍ଦ୍ର ସାହୁ ଓ ମିଡିଆ ସେଲ ଅଧ୍ୟକ୍ଷ ଗୋପାଳ ନାଥ ପରିଚାଳନା କରିଥିଲେ।
ଅନୁଗୁଳ ଜିଲ୍ଲା କଂଗ୍ରେସର ସଦଭାବନା ଦିବସ
- Post published:August 20, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
